ଅନୁଗୁଳ: ଖରା ସାଙ୍ଗକୁ ଅସ୍ୱାଭାବିକ ତାପମାତ୍ରା ବୃଦ୍ଧିକୁ ଆଖି ଆଗରେ ରଖି ରାଜ୍ୟ ସରକାର ଜନସ୍ୱାସ୍ଥ୍ୟ ବିଭାଗ ଓ ପୌରପରିଷଦ ପାଇଁ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ମାର୍ଗ ଦର୍ଶିକା ଅନୁସାରେ ଜନ ସ୍ୱାସ୍ଥ୍ୟ ବିଭାଗ ଜଳ କ୍ଲିଷ୍ଟ ଅଞ୍ଚଳ ଚି଼ହ୍ନଟ କରି ସେ ଅଞ୍ଚଳରେ ପାଣିର ବ୍ୟବସ୍ଥା କରିବେ। କଣ୍ଟ୍ରୋଲ ରୁମ ଖୋଲିବା ସହ ଭଙ୍ଗା ଅଚଳ ଟ୍ୟୁବ ୱେଲ ସବୁକୁ ତୁରନ୍ତ ମରାମତି କରିବେ। ଆବଶ୍ୟକ ହେଲେ ଜଳକ୍ଲୀଷ୍ଟ ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବେ। ସେହିଭଳି ଏନ.ଏ.ସି, ପୌରପାଳିକାର ବଜାର, ବସ ଷ୍ଟାଣ୍ଡ, ରେଳ ଷ୍ଟେସନ ଅଞ୍ଚଳରେ ଜଳଛତ୍ର ଖୋଲିବେ। ସେଠାରେ ପାନୀୟ ଜଳ ବିତରଣ କେନ୍ଦ୍ର ଲେଖା ଯିବା ସହ ପ୍ରତିଦିନ ପାଣି ବଦଳା ଯିବ। ଲମ୍ବା ଡଙ୍କି ସାହାଯ୍ୟରେ ପାଣି କଢ଼ା ଯିବ। କେବଳ ଫଟୋ ଉଠାଇ ଜଳଛତ୍ର କାମ ସାରିଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସହର ଭିତରେ ଥିବା ପାନୀୟ ଜଳ ପ୍ରକଳ୍ପ ଗୁଡିକ ଖରାପ ଥିଲେ ସେଗୁଡିକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରାଯାଇ ଲୋକଙ୍କୁ ଶୁଦ୍ଧ ପିଇବା ପାଣି ଯୋଗାଇ ଦିଆଯିବ।
ଖରା ବଢୁଛି: ଜନ ସ୍ୱାସ୍ଥ୍ୟ ବିଭାଗ ଓ ପୌରପାଳିକା ପାଇଁ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର
- Post published:February 17, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul