ଅନୁଗୁଳ ଗସ୍ତରେ ରାଜ୍ୟ ମାନବାଧିକାର ସଭାପତି, ଶୁଣିଲେ ହରିଚନ୍ଦନପୁର ଗ୍ରାମବାସୀଙ୍କ ଦୁଃଖ

You are currently viewing ଅନୁଗୁଳ ଗସ୍ତରେ ରାଜ୍ୟ ମାନବାଧିକାର ସଭାପତି, ଶୁଣିଲେ ହରିଚନ୍ଦନପୁର ଗ୍ରାମବାସୀଙ୍କ ଦୁଃଖ

ଅନୁଗୁଳ: ଦୁନିଆ ଆଗକୁ ଯାଉଛି। କିନ୍ତୁ ଆଧୁନିକ ଯୁଗ ସହ ତାଳଦେଇ ବଢ଼ିପାରୁନାହାନ୍ତି ଶିଳ୍ପନଗରୀ ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ବଡ଼ତ୍ରିବିଡ଼ା ପଞ୍ଚାୟତର ହରିଚନ୍ଦନପୁର ଗ୍ରାମବାସୀ। ଗାଁରେ ଆଜି ବି ମୋବାଇଲ ନେଟୱର୍କ ଆସୁନାହିଁ। ଫଳରେ ଲୋକେ ଯୋଗାଯୋଗରୁ ବିଚ୍ଛିନ୍ନ ହେବା ସହ ଛାତ୍ରଛାତ୍ରୀ ପଢାରୁ ବଂଚିତ ହେଉଛନ୍ତି। ଗାଁ ଲୋକଙ୍କ ଏହି ସମସ୍ୟା ଶୁଣିଛନ୍ତି ଅନୁଗୁଳ ଗସ୍ତରେ ଆସିଥିବା ଓଡ଼ିଶା ମାନବାଧିକାର ସଭାପତି ଡ଼ଃ ଦେବେନ୍ଦ୍ର ସିଂ। ସେ ଏନେଇ ଦୁଃଖ ପ୍ରକାଶ କରିବା ସହ ତ୍ୱରିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏ ଅବସରରେ ଗ୍ରାମ ମୁଣ୍ଡରେ ଥିବା ଶନି ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଲୋକେ ଗ୍ରାମର ନାନା ସମସ୍ୟା କହିଥିଲେ। ବୈଠକରେ ପୂର୍ବତନ ସରପଞ୍ଚ ତ୍ରିପୁର ପରିଡ଼ା, ପରମାନନ୍ଦ ପରିଡ଼ା, ଦିଲେଶ୍ୱର ବେହେରା, ଟିକନ ବେହେରା, ଦୀନବନ୍ଧୁ ଡାକୁଆ, ସୁବ୍ରତ ପରିଡ଼ା, ମଳୟ ପରିଡ଼ା, ହେମନ୍ତ ସାହୁ, ବାର୍ଷିକ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply