ଅନୁଗୁଳରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଖୋ- ଖୋ ପ୍ରତିଯୋଗିତା ଉଦଘାଟିତ, ଭାଗ ନେଇଛନ୍ତି ସାରା ରାଜ୍ୟର ୬୭୭ ପ୍ରତିଯୋଗୀ

You are currently viewing ଅନୁଗୁଳରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଖୋ- ଖୋ ପ୍ରତିଯୋଗିତା ଉଦଘାଟିତ, ଭାଗ ନେଇଛନ୍ତି ସାରା ରାଜ୍ୟର ୬୭୭ ପ୍ରତିଯୋଗୀ

ଅନୁଗୁଳ: ସ୍ଥାନୀୟ ଫରେଷ୍ଟ ରେଞ୍ଜର୍ସ ତାଲିମ ମହାବିଦ୍ୟାଳୟ ଠାରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଖୋ-ଖୋ ୨୦୨୩-୨୪ ପ୍ରତିଯୋଗିତା ଉଦଘାଟିତ ହୋଇଛି। ଏହି ପ୍ରତିଯୋଗିତା ୧୧ ତାରିଖ ଠାରୁ ଆରମ୍ଭ ହୋଇ ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୁଇଟି ପର୍ଯ୍ୟାୟରେ ୧୭ ବର୍ଷରୁ କମ୍ ଓ ୧୪ ବର୍ଷରୁ କମ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏହି ପ୍ରତିଯୋଗିତା ହେବ। ଏହି ପ୍ରତିଯୋଗିତାରେ ରାଜ୍ୟରୁ ବାଳକ ବିଭାଗରେ ୨୯ ଟି ଦଳ ଓ ବାଳିକା ବିଭାଗରେ ୨୯ଟି ଦଳ ସର୍ବମୋଟ ୬୭୭ ଜଣ ପ୍ରତିଯୋଗୀ ଏବଂ ପ୍ରତିଯୋଗିତାକୁ ସଂଚାଳନ କରିବା ପାଇଁ ୧୮୦ ପଦାଧିକାରୀ ଯୋଗ କରିଛନ୍ତି।

ଏ ଅବସରରେ ଆମ ସଂସ୍କୃତି ଓ ପରମ୍ପରାକୁ ପ୍ରୋତ୍ସାହିତ କରୁଥିବା ଖୋ-ଖୋ ଖେଳର ଗୁରୁତ୍ବ ସହିତ, କ୍ରୀଡାକୁ ପେସା ରୂପେ ଗ୍ରହଣ କରିବାକୁ ଅତିଥିମାନେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।

ଉଦଘାଟନୀ ଉତ୍ସବରେ ସଭାପତି ରୂପେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ସୁସ୍ମିତା ସାହୁ, ମୁଖ୍ୟ ଅତିଥି ଭାବେ ବିଧାନସଭା ଉପବାଚସ୍ପତ ରଜନୀକାନ୍ତ ସିଂହ ସମ୍ମାନନୀୟ ଅତିଥି ଭାବେ ବିଧାୟକ ମୁକେଶ ପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର, , ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଉପ-ନିର୍ଦ୍ଦେଶକ (କ୍ରୀଡା) କୈଳାଶ ଚନ୍ଦ୍ର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply