ମହଙ୍ଗା ପଡିଲା ବାଇକ୍ ଚୋରି

You are currently viewing ମହଙ୍ଗା ପଡିଲା ବାଇକ୍ ଚୋରି

ଅନୁଗୁଳ: ମେଡିକାଲ୍‌ ପରିସରରୁ ବାଇକ୍‌ ଚୋରି କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ସ୍ଥାନୟ ଲୋକ କାବୁ କରି ନିର୍ଧୂମ ଛେଚିବା ସହ ପୁଲିସ୍‌ରେ ଜିମା ଦେଇଛନ୍ତି। ଅଭିଯୁକ୍ତ ଯୁବକ ଜଣଙ୍କ ତାଳଚେର ଅଞ୍ଚଳର। ପୁଲିସ୍‌ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।
ମଙ୍ଗଳବାର ସମୟ ପ୍ରାୟ ସନ୍ଧ୍ୟା ସାତଟା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏମ୍‌ସିଏଚ୍‌ ବିଲ୍‌ଡି˚ ସାମ୍ନାରେ ମେଡିକାଲ୍‌ କର୍ମଚାରୀ ମିହିରକାନ୍ତ ଆଚାର୍ଯ୍ୟ ତାଙ୍କ ବାଇକ୍‌ ରଖିଥିଲେ। କିଛି ସମୟ କାମ କରି ବାହାରକୁ ଆସିବା ପରେ ତାଙ୍କ ବାଇକ୍‌ ପାଖରେ ଠିଆ ହୋଇ ଜଣେ ଅଜଣା ଯୁବକ ଲକ୍ ଖୋଲୁଥିବାର ଦେଖିବାକୁ ପାଇଥିଲେ। ଲକ୍‌ ଖୋଲିଗଲା ପରେ ଦୁବୃର୍ତ୍ତ ବାଇକ୍‌ ଧରି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା। ଠିକ୍ ସେତିକିବେଳେ ମିହିରକାନ୍ତ ତାଙ୍କୁ କାବୁ କରି ନେଇଥିଲେ। ସେ ଚିତ୍କାର କରିବାରୁ ପାଖରେ ଥିବା ଅନ୍ୟ ମେଡିକାଲ୍‌ କର୍ମଚାରୀ ଓ ରୋଗୀ ସମ୍ପର୍କୀୟ ଦୁବୃର୍ତ୍ତକୁ କାବୁ କରିଥିଲେ। ତାର ପ୍ୟାଣ୍ଟ ପକେଟ୍‌ରୂୁ ଏକାଧିକ ବାଇକ୍‌ ଚାବି ବାହାରିଥିଲା। ଦୁବୃର୍ତ୍ତକୁ ମାଡ଼ ହେବା ଦେଖି ସାଥୀରେ ଆସିଥିବା ସହଯୋଗୀ ଚମ୍ପଟ ମାରିଥିଲା। ମେଡିକାଲ୍‌ ଫାଣ୍ତି ପୁଲିସ୍‌ ଯୁବକଙ୍କୁ ଉଦ୍ଧାର କରିଥିଲା। କିଛି ସମୟ ପରେ ଅନୁଗୁଳ ଥାନା ପୁଲିସ୍‌ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଥାନାକୁ ଉଠାଇ ଆଣିଥିଲା। ମିହିରକାନ୍ତଙ୍କ ଏତଲା ପରେ ପୁଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ତନାଘନା ଚଳାଇଛି।

Share

Leave a Reply