“ମାନସିକ ଚାପର କାରଣ ଓ ନିରାକରଣ” ନେଇ ସଚେତନତା କର୍ମଶାଳା

You are currently viewing “ମାନସିକ ଚାପର କାରଣ ଓ ନିରାକରଣ” ନେଇ ସଚେତନତା କର୍ମଶାଳା

ଅନୁଗୁଳ: ତାଳଚେରସ୍ଥିତ ଭାରି ଜଳ ପ୍ରକଳ୍ପ (ହେଭି ୱାଟର ପ୍ଲାଣ୍ଟ) ପରିସରରେ ଚେତନା ମିଶନ ଫାଉଣ୍ଡେସନ ପକ୍ଷରୁ “ମାନସିକ ଚାପର କାରଣ ଓ ନିରାକରଣ ” ବିଷୟରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ହେଭି ୱାଟର ପ୍ଲାଣ୍ଟର ଡାକ୍ତର ଡ. ପି. ଆର.ଗୋଡ଼ବଲେ ଏହାର ଉପଯୋଗିତା ନେଇ ସୂଚନା ପ୍ରଦାନ କରିଥିଲେ। ପ୍ଲାଣ୍ଟର ମୁଖ୍ୟ OSD ଜୈତୁଲ ହକ କାର୍ଯ୍ୟକ୍ରମର ଉପାଦେୟତା ଓ ଆବଶ୍ୟକତା କହିଥିଲେ।
ଚେତନା ମିଶନର ପ୍ରତିଷ୍ଠାତ୍ରୀ ବାଣୀ ଦେବ ବର୍ତ୍ତମାନ ସମୟରେ ମାନସିକ ଚାପ ସଚେତନତାର ଆବଶ୍ୟକତା ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ।

ଡାକ୍ତର ରଶ୍ମିତା ମାନସିକ ଚାପର କାରଣ, ଏହା ଦ୍ୱାରା ହେଉଥିବା ଶାରୀରିକ ଓ ମାନସିକ ପ୍ରତିକ୍ରିୟା, କୁପ୍ରଭାବ, ସମାଜ ଓ ପରିବାର ଉପରେ ପ୍ରଭାବ ଇତ୍ୟାଦି ବିଷୟରେ ବିଷଦ ବିବରଣୀ ପ୍ରଦାନ କରିଥିଲେ। ଶେଷରେ ଡାକ୍ତର ସୁଷମା ଚୌଧୁରୀ ବିଭିନ୍ନ ମନୋରଞ୍ଜକ କାର୍ଯ୍ୟକ୍ରମ, ବନ୍ଧୁତା, ଉତ୍ତମ ଜୀବନଶୈଳୀ ଓ କର୍ମକ୍ଷେତ୍ରର ଦାୟିତ୍ୱ ସହ ପାରିବାରିକ ତଥା ସାମାଜିକ ଜୀବନର ସଠିକ ପରିଚାଳନା ଦ୍ୱାରା କିଭଳି ମାନସିକ ସନ୍ତୁଳନ ରକ୍ଷା କରାଯାଇପାରେ ସେହି ବିଷୟରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରବଜିତ କୁମାର, ଶୈଳେନ୍ଦ୍ର କୁମାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share

Leave a Reply