ଅନୁଗୁଳ:କରୋନା ସଂକ୍ରମଣ ରୋକିବା ପାଇଁ ପାଳଲହଡ଼ା ଟାଉନରେ ଶୁକ୍ରବାର କଡ଼ାକଡ଼ି ଭାବେ ମାସ୍କ ଯାଞ୍ଚ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା। ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନଙ୍କ ଉପସ୍ଥିତିରେ ପୁଲିସ ଏସଆଇ କୁମୁଦିନୀ ଷଣ୍ଢ ସଦଳବଳ ମାସ୍କ ଯାଞ୍ଚ କରିଥିଲେ। ମାସ୍କ ପିନ୍ଧିନଥିବାରୁ ୧୧ ଜଣ ବ୍ୟକ୍ତିଙ୍କଠାରୁ ୨୨୦୦ ଟଙ୍କା ଜରିମାନା ଆଦାୟ କରିଥିଲେ।
ମାସ୍କ ଯାଞ୍ଚ କଡ଼ାକଡ଼ି, ୨୨୦୦ ଟଙ୍କା ଜରିମାନା ଆଦାୟ
- Post published:April 10, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
