ଅନୁଗୁଳ: ଅନୁଗୁଳ ସହରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ନେଇ ମଙ୍ଗଳବାର ଅନୁଗୁଳ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ଯେ, ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ଅଞ୍ଚଳର ଜଣେ ଛାତ୍ରୀ ଅନୁଗୁଳ ସହରର ଏକ ପ୍ରତିଷ୍ଠିତ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିଲେ। ବିଦ୍ୟାଳୟର ଛାତ୍ରୀନିବାସରେ ରହୁଥିଲେ। ତେବେ ଆଜି ତାଙ୍କୁ କେହି ଅପହରଣ କରି ନେଇଥିବା ତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ନାବାଳିକାଙ୍କ ଗାଁର ଜଣେ ଯୁବକଙ୍କୁ ସନ୍ଦେହ କରିଛନ୍ତି ପରିବାର ଲୋକ। ତେବେ ପୁଲିସ ଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ଜଣାପଡ଼ିଛି।
ଛାତ୍ରୀଙ୍କୁ ଅପହରଣ ଅଭିଯୋଗ
- Post published:April 5, 2022
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Swagatika Samantray


