ଅନୁଗୁଳ : ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଅନୁଗୁଳ ସହର ତଥା ଏହାର ଆଖପାଖ ଅଞ୍ଚଳରେ ଡେଙ୍ଗୁ ରୋଗୀ ଚିହ୍ନଟ ଓ ଶୌଚନୀୟ ପରିମଳ ବ୍ୟବସ୍ଥାକୁ ସୁଧରିବା ପାଇଁ ସୋମବାର ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଛାତ୍ର କଂଗ୍ରେସ ଅଭିଯୋଗ କରିଛି ଯେ, ପୌରାଞ୍ଚଳରେ ଜଣେ ବ୍ୟକ୍ତି ଡେଙ୍ଗୁ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଗତ ୨ ମାସ ହେବ ଡେଙ୍ଗୁ ଭୁତାଣୁ ଚିହ୍ନଟ ହୋଇସାରିଲେଣି। କିନ୍ତୁ ପୌରାଞ୍ଚଳର ପରିମଳ ବ୍ୟବସ୍ଥା ଚିନ୍ତାଜନକ ରହିଛି। । ପ୍ରତ୍ୟେକ ୱାର୍ଡର ଗଳି କନ୍ଧିରେ ଅଳିଆ ଅବର୍ଜନା ଭରି ରହିଛି। ଠିକାଦାର କିମ୍ବା ସୁପରଭାଇଜର ଏହାର ତଦାରଖ କରୁନାହାନ୍ତି। ସହରର ପରିବେଶ ପରିଷ୍କାର ନଥିବାରୁ ମଶା ବଂଶ ବୃଦ୍ଧି ପାଇବାରେ ଲାଗିଛି। ମଶା ନିପାତ ପାଇଁ ମଶା ତେଲ ପଡୁନାହିଁ କିମ୍ବା ମଶା ଧୂଆଁ ଦିଆହଉନାହିଁ। ଏଥିସହିତ ପୌର କର୍ତ୍ତୃପକ୍ଷଙ୍କ ବେପରୁଆ ମନଭାବ ସହର ବାସିଙ୍କୁ ବ୍ୟସ୍ତ ବିବ୍ରତ କରିଛି। ଆଗାମୀ ୭ ଦିନ ମଧ୍ୟରେ ଯଦି ଏହା ଉପରେ କୌଣସି ପଦକ୍ଷପ ଗ୍ରହଣ ନ କରାଯିବ ତାହାଲେ ଛାତ୍ର କଂଗ୍ରେସ ଆନ୍ଦୋଳନାତ୍ମକ ପ୍ରନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି। ଏହି ପ୍ରତିନିଧି ଦଳରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଟୁ ରଞ୍ଜନ ଥାପା, ଅନୁଗୁଳ ନଗର ମହିଳା କଂଗ୍ରେସ ସଭାପତି କାସିଦା ଖାନ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସାହୁ, ସଂଗ୍ରାମ ବେହେରା, ଅଭିଷେକ ନାୟକ, ମାନସ ରଞ୍ଜନ ବିଶ୍ୱାଳ, ସିପୁ ଜେନା, ଏମଡି ଅମୀର, ଦୀନେଶ ସାହୁ, ତନ୍ମୟ ସାହୁ ଓ ଶୁଭେନ୍ଦୁ ପରିଡା ପ୍ରମୁଖ ସାମିଲ ଥିଲେ।
ଡ଼େଙ୍ଗୁ ନିରାକଣ ପାଇଁ ଛାତ୍ର କଂଗ୍ରେସର ଦାବିପତ୍ର
- Post published:November 30, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
