ଅନୁଗୁଳ: ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଶନିବାର ସ୍ଥାନୀୟ ରାଜା ସୋମନାଥ ସିଂ ଜଗଦେଵ ପ୍ରତିମୂର୍ତ୍ତି ପାଖରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଲିକା ଦାହ କରାଯାଇଛି। ଛାତ୍ରନେତା ରାକେଶ ଦେହୁରୀଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର ଦୁର୍ନୀତିରେ ଜଣେ ସହାୟକଙ୍କୁ ଗିରଫ କରିବା ପରେ ଆଗରୁ ଦାବି ଦେଉଥିବା ଏହି କାର୍ଯ୍ୟାଳୟର ଦୁର୍ନୀତି ପଦାକୁ ଆସିଥିଲା। କିନ୍ତୁ ରାଜ୍ୟ ସରକାର ଷ୍ଟାଫ ସିଲେକ୍ସନ ଦୁର୍ନୀତିର ଚେର ବହୁତ ଲମ୍ବା ଥିବା ଜାଣି ସୁଦ୍ଧା କୌଣସି ଠୋସ ପଦକ୍ଷେପ ନେଇ ନାହାନ୍ତି। ଏହି ଦୁର୍ନିତୀରେ ସମ୍ପୃକ୍ତ ଅନ୍ୟାନ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଉନଥିବାରୁ ଛାତ୍ର କଂଗ୍ରେସ ରାଜ୍ୟ ସରକାରକୁ ନିନ୍ଦା କରିଥିଲା। ନିରୀହ ଛାତ୍ର ଛାତ୍ରୀମାନେ ଚାକିରୀ ପାଇଁ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ତାହା ଅଭିଯୁକ୍ତ ବିରଞ୍ଚି ମିଶ୍ରଙ୍କ ବୟାନରୁ ଜଣା ପଡ଼ୁଛି। ରାଜ୍ୟ ସରକାର ଏହି ଦୁର୍ନୀତିକୁ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀମାନକୁ ଘଣ୍ଟ ଘୋଡାଉ ଥିବା ପ୍ରତିବାଦକରି ଛାତ୍ର କଂଗ୍ରେସ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ପୂର୍ଣ୍ଣ ଦାୟୀ କରି ତାଙ୍କର କୁଶପୁତ୍ତଲିକା ଦାହ କରିଥିଲା। ଏହି ବିକ୍ଷୋଭରେ ଛାତ୍ର ନେତା ଆଲୋକ ସାହୁ, ଅଭିନାଶ ପ୍ରଧାନ, ଉପେନ୍ଦ୍ର ସାହୁ, ରିଙ୍କୁ ପ୍ରଧାନ, ବଣ୍ଟି ଦେହୁରୀ, କାର୍ତ୍ତିକ ସାହୁ, ଟାଇଟନ ଦେହୁରୀ, ଟୁଲୁ ପ୍ରଧାନ, ତାପ ଦେହୁରୀ, ସିତୁ ସାହୁ, ସୂର୍ଯ୍ୟକାନ୍ତ ପ୍ରଧାନ, ଦେବୀ ପ୍ରସାଦ ସାହୁ, ସୌରଭ ସିଂ, ଆଶିଷ ଜେନା, ଅଙ୍କିତ ଅନିମେଶ ପ୍ରମୁଖ ସାମିଲ ହୋଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହକଲା ଛାତ୍ର କଂଗ୍ରେସ
- Post published:August 7, 2021
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
