ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ସରକାରୀ ଆଇଟିଆଇ ଛାତ୍ରାବାସରେ ଜଣେ ଛାତ୍ରଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି l ମୃତ ଛାତ୍ର ଜଣଙ୍କ ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ୍ ଉରୁକୁଳା ଗ୍ରାମର ଭବାନୀ ଶଙ୍କର ବେହେରା । ସେ ଇଲେକ୍ଟ୍ରିକାଲ ବିଭାଗର ଛାତ୍ର ଅଟନ୍ତି l ଶୁକ୍ରବାର ରାତିରେ ସେ ହଷ୍ଟେଲରେ ଥିବା ବେଳେ ତାଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ତେବେ ମୃତ୍ୟୁ ପଛର କାରଣ କଣ ତାହା ସନ୍ଦେହ ଘେରରେ ରହିଥିବା ବେଳେ ତାଙ୍କ ପରିବାର ପକ୍ଷରୁ ତାଙ୍କୁ ହତ୍ୟା ସନ୍ଦେହ କରାଯାଇ ଏକ ଏତଲା ତାଳଚେର ଥାନାରେ ଦେଇଛନ୍ତି l ଭବାନୀଙ୍କୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ମଣ୍ଡାପାଳକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ମୃତ୍ୟୁ ପଛର ରହସ୍ୟ କଣ ତାହା ବ୍ୟବଚ୍ଛେଦ ପରେ ଜଣା ପଡ଼ିବ ବୋଲି ସୂଚନା ମିଳିଛି। ଏ ନେଇ ତାଳଚେର ସରକାରୀ ଆଇଟିଆଇର ପ୍ରିନ୍ସିପାଲ ସ୍ୱରୂପ ରଥଙ୍କୁ ପଚରାଯିବାରୁ ସେ ଏ ବିଷୟରେ ସଠିକ ରୂପରେ କିଛି ଜାଣିନାହାନ୍ତି ବୋଲି ପ୍ରକାଶ କରିଥିଲେ l
ତାଳଚେର ଆଇଟିଆଇ ଛାତ୍ରାବାସରେ ଛାତ୍ର ମୃତ୍ୟୁ
- Post published:January 8, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
