ଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ

You are currently viewing ଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ

ଅନୁଗୁଳ: ଅନୁଗୋଳ ଜିଲ୍ଲା ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତଦୁଇ ରେ ନାମ ଲେଖା ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ନିର୍ଦେଶ ଅନୁସାରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ନିର୍ଧାରିତ କରାଯାଇ ମାର୍ଗ ଦର୍ଶକ ନିମନ୍ତେ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା I ପ୍ରତ୍ୟକ ବିଭାଗ ନୂତନ ଛାତ୍ରଛାତ୍ରୀ ମାନଙ୍କ ସମେତ ଅଭିଭାବକ ଯୋଗଦେଇ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ I ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଜୟ କୁମାର ଖିଲର ପ୍ରତ୍ୟକ ବିଭାଗର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ I ପ୍ରବେଶ ଉତ୍ସବରେ ଅଧ୍ୟାପକ/ଅଧ୍ୟାପିକା ମହାବିଦ୍ୟାଳୟ ଓ ଏହାର ମୌଳିକ ବାତାବରଣ ସମ୍ପର୍କରେ ସୂଚନା ଦେବା ସହ ଭଲ ଛାତ୍ରଛାତ୍ରୀ ରୂପେ ଗୌରବ ଅର୍ଜନ କରି ସୁ-ମଣିଷ ହେବା ପାଇଁ ଉତ୍ସାହିତ କରିଥିଲେ I କଳା ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ଡ଼. କଳ୍ପନା ବୋଇତି, ସୁବାସ ଚନ୍ଦ୍ର ଦାସ, ଅଧ୍ୟାପକ ବିରଞ୍ଚି ନାରାୟଣ ସାମଲ, ଅଧ୍ୟାପକ ଶଶାଙ୍କ ଶେଖର ପ୍ରଧାନ ମାର୍ଗ ଦର୍ଶକ କରିଥିବା ବେଳେ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡ଼.ପବିତ୍ର ମୋହନ ଧଳ, ପ୍ରାଧ୍ୟାପିକା ପୁଷ୍ପଲତା ରଥ ଓ ପ୍ରାଧ୍ୟାପିକା ବିଜୟଶ୍ରୀ ତିୱାରୀ, ବାଣିଜ୍ୟ ବିଭାଗର ପ୍ରାଧ୍ୟାପକ ସରୋଜ କୁମାର ପ୍ରଧାନ, ମେଜର ସୁବ୍ରତ କୁମାର ଦାସ ସବିଶେଷ ସୂଚନା ପ୍ରଦାନ କରିଥିଲେ I ମହାବିଦ୍ୟାଳୟରେ ନୁଆଁ ଭାବେ ପାଦ ଦେଇଥିବା ଛାତ୍ରଛାତ୍ରୀ ମାନଙ୍କର ଉତ୍ସାହ ଓ ଉପସ୍ଥାନ ବେଶ ଆଶାବାଦୀ ଥିଲା I

Share

Leave a Reply