ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ, କଲେଜର ଅବହେଳାକୁ ନେଇ ଅଭିଯୋଗ କଲେ ପରିବାର ଲୋକ

You are currently viewing ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ, କଲେଜର ଅବହେଳାକୁ ନେଇ ଅଭିଯୋଗ କଲେ ପରିବାର ଲୋକ

ଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ। ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସରରେ ଏହି ଅଘଟଣ ଘଟିଛି। ଏଠାରେ ଥିବା ଓଁ ବିଦ୍ୟା ଭାରତୀ ଆବାସିକ ମହାବିଦ୍ୟାଳୟର ଜଣେ ଛାତ୍ରଙ୍କର ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଛି ବୋଲି କଲେଜ ପକ୍ଷରୁ କୁହାଯାଇଛି। ମୃତ ଛାତ୍ର ହେଲେ ଦେବଗଡ଼ ଜିଲ୍ଲା ଛେପିଲିପାଲି ଗାଁର ହରିଚନ୍ଦ୍ର ସ୍ୱାଇଁଙ୍କ ପୁଅ ରୂପେଶ ସ୍ୱାଇ। କିନ୍ତୁ ପରିବାର ଲୋକ ଏହି ଘଟଣାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି। ସେ ପୁଅ ମୃତ୍ୟୁ ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ଅଭିଯୋଗ କରିଛନ୍ତି।

ରୂପେଶଙ୍କ ପରିବାର ଲୋକେ କହିଛନ୍ତି ଯେ, ତାଙ୍କ ପୁଅ କଲେଜ ହଷ୍ଟେଲରେ ରହି ପଢୁଥିଲା। ଆଜି ସକାଳେ ତାଙ୍କ ବାପା ହରିଚନ୍ଦ୍ର ସ୍ୱାଇଁଙ୍କୁ ହଷ୍ଟେଲର ୱାଡେନ ଫୋନ କରି ଜଣାଇଥିଲେ କି ଆପଣଙ୍କ ପୁଅର ଦୁର୍ଘଟଣା ହୋଇଛି, ସେ ହସ୍ପିଟାଲରେ ଅଛି। କିନ୍ତୁ ସେଠି ଯାଇ ଦେଖିବା ବେଳକୁ ପୁଅର ମୃତ୍ୟୁ ହୋଇସାରିଥିଲା।

କଲେଜ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ କହିଥିଲେ କି ଆପଣଙ୍କ ପୁଅ ରାତି ପ୍ରାୟ ୧.୧୫ରେ ହଷ୍ଟେଲରୁ ସାରଙ୍କ ଗାଡି ଧରି ପଳାଇଯାଉଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥର ଟାଟା ସୋରୁମ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଆମେ ତାକୁ ହସ୍ପିଟାଲ ଭର୍ତ୍ତି କରିଥିଲୁ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ପରିବାର ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା ଦର୍ଶାଇ ନାଲକୋ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ତାଙ୍କ ବାପା ପ୍ରଶ୍ନ କରିଛନ୍ତି, ରାତି ସମୟରେ ସେ କାହିଁକି ହଷ୍ଟେଲରୁ ବାହାରକୁ ଗଲା ? ଯଦି ଯିବାର ଥିଲା ତେବେ ଗାଡି କେଉଁଠୁ ପାଇଲା ଓ ଗାଡ଼ିର ଚାବି ତାକୁ କିଏ ଦେଇଥିଲା ? ହଷ୍ଟେଲରୁ ତାଙ୍କ ପୁଅ ଗଲା ସମୟରେ ୱାଡେନ କଣ କରୁଥିଲେ ବୋଲି ସେ ଏତଲାରେ ପ୍ରଶ୍ନ କରିଛନ୍ତି। ପୋଲିସ ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

Share

Leave a Reply