କିଡନୀ ରୋଗରେ ପୀଡ଼ିତ ଗାଁ ବୁଲିଲେ ଉପଜିଲ୍ଲାପାଳ, ଗୁରୁତରଙ୍କୁ ସହାୟତା ପ୍ରଦାନ କରିବା ସହ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

You are currently viewing କିଡନୀ ରୋଗରେ ପୀଡ଼ିତ ଗାଁ ବୁଲିଲେ ଉପଜିଲ୍ଲାପାଳ, ଗୁରୁତରଙ୍କୁ ସହାୟତା ପ୍ରଦାନ କରିବା ସହ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା ଗ୍ରାମବାସୀ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ଖବର ପାଇ ଆଜି ଅପରାହ୍ନରେ ଉପଜିଲ୍ଲାପାଳ ତରଣୀ ସୁନା ଗାଁରେ ପହଞ୍ଚିଛନ୍ତି। ଉପଜିଲ୍ଲାପାଳ ଅମାସମା ଗାଁକୁ ମଟର ସାଇକେଲ ପଛରେ ବସି ଯାଇଥିଲେ। ସେଠାରେ ଗାଁ ଲୋକଙ୍କ ସହ କଥା ହେବା ବେଳେ ଗାଁରେ ଥିବା ନଳକୂପରୁ ବାହାରୁଥିବା ପାଣିରେ ଲୁହାଗୁଣ୍ଡ ବାହାରୁଥିବା ଓ ପାଣିକୁ ପାତ୍ରରେ ରଖିଲେ ନାଲି ସର ପଡ଼ିଯାଉଥିବା କଥା ଜାଣିଥିଲେ।

ଏବେ ଗାଁରେ ୭ ଜଣ କିଡନୀ ରୋଗରେ ଆକ୍ରାନ୍ତ ଅଛନ୍ତି।ସେମାନଙ୍କ ମଧ୍ୟରୁ ଧନେଶ୍ୱର ବେହେରା (୪୫) ଗୁରୁତର ଥିବା ଜାଣିବା ପରେ ତାଙ୍କ ଉତ୍ତମ ଚିକିତ୍ସା ପାଇଁ ଶ୍ରୀ ସୁନା ୧୦ ହଜାର ଟଙ୍କା ରେଡ଼କ୍ରସ ସହାୟତା ପ୍ରଦାନ କରିଛନ୍ତି। ଏଥିସହ ଖୁବଶୀଘ୍ର ନଳକୂପ ପାଣିକୁ ଲାବ୍ରୋଟୋରି ପଠାଯିବ ଓ ଗ୍ରାମକୁ ଡାକ୍ତରୀ ଟିମ୍ ଆସି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି। ଆଜି ଉପଜିଲ୍ଲାପାଳଙ୍କ ସହ ତହସିଲଦାର ଯଶୋବନ୍ତ ଦେହୁରୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ବେହେରା, ଠାକୁରଗଡ଼ ରାଜସ୍ବ ନିରୀକ୍ଷକ ଧ୍ରୁବଚରଣ ନାୟକ ପ୍ରମୁଖ ଗସ୍ତ କରିଥିଲେ।

Share

Leave a Reply