ଆମେରିକା-ଇସ୍ରାଏଲ୍ ଆକ୍ରମଣ ବିରୁଦ୍ଧରେ ପ୍ରତିବାଦ: ଅନୁଗୁଳରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ସମାବେଶ

You are currently viewing ଆମେରିକା-ଇସ୍ରାଏଲ୍ ଆକ୍ରମଣ ବିରୁଦ୍ଧରେ ପ୍ରତିବାଦ: ଅନୁଗୁଳରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ସମାବେଶ

​ଅନୁଗୁଳ: ମଧ୍ୟପ୍ରାଚ୍ୟରେ ତୈଳ ବଜାର ନିଜ ଅକ୍ତିଆରକୁ ନେବା ଉଦ୍ଦେଶ୍ୟରେ ସାମ୍ରାଜ୍ୟବାଦୀ ଆମେରିକା ଓ ଇସ୍ରାଏଲ୍‌ର ମିଳିତ ଆକ୍ରମଣ ଏବଂ ସାର୍ବଭୌମ ଇରାନର ରାଷ୍ଟ୍ରମୁଖ୍ୟଙ୍କ ସମେତ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଘଟଣା ବିରୁଦ୍ଧରେ ଅନୁଗୁଳରେ ତୀବ୍ର ପ୍ରତିବାଦ କରାଯାଇଛି। ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଆୟୋଜିତ ଦେଶବ୍ୟାପୀ ପ୍ରତିବାଦ ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସଂଗଠକମାନେ ଅମଲାପଡା ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ରାଜାଛକ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
​ସେଠାରେ ଜିଲ୍ଲା କମିଟି ସଭ୍ୟ ସୁବାସ ପ୍ରଧାନଙ୍କ ପରିଚାଳନାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ରାଜ୍ୟ କମିଟି ସଭ୍ୟ ବ୍ରଜବନ୍ଧୁ ସାହୁଙ୍କ ସମେତ ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନ, ମାନସ ପାଳ, ସରୋଜିନୀ ନାୟକ, ସଞ୍ଜୟ ସାହୁ ଏବଂ ଭରତ ନାଏକ ପ୍ରମୁଖ ଉଦବୋଧନ ଦେଇଥିଲେ। ବକ୍ତାମାନେ ଆମେରିକା-ଇସ୍ରାଏଲ୍‌ର ଇରାନ୍ ଉପରେ ମିଳିତ ଆକ୍ରମଣକୁ କଡ଼ା ସମାଲୋଚନା କରିବା ସହ ଭାରତ ସରକାରଙ୍କ ସାମ୍ରାଜ୍ୟବାଦୀ ତୋଷଣ ନୀତିକୁ ଦୃଢ଼ ନିନ୍ଦା କରିଥିଲେ। ତୈଳ ଭଣ୍ଡାର ଦଖଲ ପାଇଁ ସାମ୍ରାଜ୍ୟବାଦୀମାନେ ନିରୀହ ଜନସାଧାରଣଙ୍କୁ ହତ୍ୟା କରୁଛନ୍ତି ବୋଲି ଅଭିଯୋଗ କରିବା ସହ ବିଶ୍ୱର ଶାନ୍ତିକାମୀ ଜନଗଣଙ୍କୁ ଏହି ଅନ୍ୟାୟ ବିରୁଦ୍ଧରେ ଐକ୍ୟବଦ୍ଧ ହେବାକୁ ଆହ୍ୱାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ନାୟକ, ସରୋଜିନୀ ବେହେରା, ନାରାୟଣ ନାୟକ ଓ ପ୍ରତାପ ସାହୁ ପ୍ରମୁଖ ଶତାଧିକ କର୍ମୀ ସାମିଲ ଥିଲେ।

Share

Leave a Reply