ଅନୁଗୁଳ : ଅନୁଗୁଳ ସହରରେ ଥିବା ଏକ ଘରୋଇ ବ୍ୟାଙ୍କ୍ର ଜଣେ ସହକାରୀ ପରିଚାଳକ ଗୁରୁବାର ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନ ଅନ୍ତର୍ଗତ ବାଲିସାହି ଗାଁର ଦୀପକ କୁମାର ନାଏକ(୨୬) ଅନୁଗୁଳର ଏକ ଘରୋଇ ବ୍ୟାଙ୍କରେ ସହକାରୀ ପରିଚାଳକଭାବେ କାମ କରନ୍ତି। ସେ ସହରର ଶିକ୍ଷକପଡ଼ାରେ ଭଡ଼ାରେ ରହୁଥିଲେ। ଶୁକ୍ରବାର ସକାଳୁ ଦୀପକଙ୍କ ଝୁଲନ୍ତା ଶବ ଘରମାଲିକ ଦେଖି ପୁଲିସ ଓ ତାଙ୍କ ବାପାଙ୍କୁ ଜଣାଇଥିଲେ। ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କରାଇଛି। ଆତ୍ମହତ୍ୟାର ସଠିକ୍ କାରଣ ଜଣାପଡ଼ିନାହିଁ ।
ବ୍ୟାଙ୍କ୍ ସହକାରୀ ପରିଚାଳକଙ୍କ ଆତ୍ମହତ୍ୟା
- Post published:June 18, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray

Tags: Angul