ଲୁଟୁଛି ସୁଲଭ ଶୌଚାଳୟ ହାତ ଗୁଞ୍ଜା ଦଶ ନ ହେଲେ ଖସ

You are currently viewing ଲୁଟୁଛି ସୁଲଭ ଶୌଚାଳୟ ହାତ ଗୁଞ୍ଜା ଦଶ ନ ହେଲେ ଖସ

ଅନୁଗୁଳ: ଅନୁଗୁଳ ଗୋପବନ୍ଧୁ ପାର୍କ ନିକଟରେ ଥିବା ସୁଲଭ ଶୌଚାଳୟ
ସ୍ଥାନୀୟ ଲୋକଙ୍କୁ ଲୁଟୁଥିବା ଅଭିଯୋଗ ହେଉଛି। ଦଶ ଟଙ୍କା ନ ଦେଲେ ଶୌଚାଳୟ ଯିବାକୁ ଦେଉନଥିବା ଅନେକ ଲୋକ ଅଭିଯୋଗ କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, କିଛି ମାସ ତଳେ ସୁଲଭ ଶୌଚାଳୟ ପୁରୁଣା ବସ ଷ୍ଟାଣ୍ଡ ଶାଖା କର୍ମଚାରୀ ମାନେ ଏଭଳି ଢଙ୍ଗରେ ଟଙ୍କା ଆଦାୟ କରୁଥିଲେ। ପୌରପାଳିକା ତାଗିଦ ପରେ ହାତ ଗୁଞ୍ଜା କିଛି ଦିନ ପାଇଁ ବନ୍ଦ ହୋଇ ଯାଇଥିଲା। ଅନୁଗୁଳ ପୌରପାଳିକା ତତ୍ୱାବଧାନରେ ଏହି ଶୌଚାଳୟ ସମ୍ପୂର୍ଣ ଦେୟ ମୁକ୍ତ ତେବେ କର୍ମଚାରୀ ମାନେ ବାରମ୍ବାର ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି।

ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ  ସତ୍ୟ ପ୍ରକାଶ ତ୍ରିପାଠୀଙ୍କୁ ଯୋଗାଯୋଗ କରାଯିବାରୁ ଏଥିନେଇ ତଦନ୍ତ କରାଯିବ ଏବଂ ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ।

Share

Leave a Reply