ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଗୁଣ୍ଡୁରିରେ ଆୟୋଜିତ ଦିନିକିଆ ଟୁର୍ଣ୍ଣାମେଣ୍ଟରେ ସୁଲେଇପାଳର ବଲିଟୁ ୱାରିଅର ଚାମ୍ପିୟନ ହୋଇଛି। ପ୍ରଥମ ଲିଗ୍ ମ୍ୟାଚ ସୁଲେଇପାଳ ଓ ମଶୁଣିହତା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସୁଲେଇପାଳ ପ୍ରଥମେ ବ୍ୟାଟିଂ କରି ୫ ଓଭରରେ ୬୫ ରନ୍ ନେବା ସହ ୪ଟି ଉଇକେଟ ସଂଗ୍ରହ କରିଥିଲା। ସେହିପରି ମଶୁଣିହତା ଦ୍ଵିତୀୟ ଇନିଂସରେ ୫ ଓଭରରେ ୩୩ ରନ କରି ପରାସ୍ତ ହୋଇଥିଲା। ସେମି ଫାଇନାଲ ମ୍ୟାଚ୍ ସୁଲେଇପାଳ ଓ ପୋଇପାଳ ମଧ୍ୟରେ ହୋଇଥିଲା। ସୁଲେଇପାଳ ଟସ୍ ଜିତି ବ୍ୟାଟିଂ କରି ୪ ଓଭରରେ ୮୬ ରନ୍ ୨ଟି ଉଇକେଟ ସଂଗ୍ରହ କରିଥିଲା। ସେହିଭଳି ଦ୍ୱିତୀୟ ଇନିଂସରେ ପୋଇପାଳ ୫ ଓଭରରେ ୩୮ ରନ୍ କରିବା ସହ ୪ଟି ଉଇକେଟ୍ ନେଇ ସୁଲେଇପାଳ ଠୁ ପରାସ୍ତ ହୋଇଥିଲା।
ଫାଇନାଲ ମ୍ୟାଚ୍ ସୁଲେଇପାଳ ଓ ଖାଲପାଳ ମଧ୍ୟରେ ହୋଇଥିଲା। ଖାଲପାଳ ପ୍ରଥମେ ବ୍ୟାଟିଂ କରି ୨ ଓଭରରେ ୧୧ ରନ୍ କରିବା ସହ ୨ଟି ଉଇକେଟ ସଂଗ୍ରହ କରିଥିଲା। ଅନ୍ୟପଟେ ସୁଲେଇପାଳର ବ୍ୟାଟ୍ସମ୍ୟାନ୍ ପିଲୁ ପ୍ରଥମ ଓଭରର ୩ଟି ବଲରେ ୬,୪,୬ ରନ୍ କରି ସୁଲେଇପାଳକୁ ଜିତାଇଥିଲେ।