ବାରହା ଭାବି ଶ୍ୱଶୁରଙ୍କୁ ଗୁଳି ମାଡ଼ ଘଟଣା: ଜ୍ଵାଇଁ ଗିରଫ

You are currently viewing ବାରହା ଭାବି ଶ୍ୱଶୁରଙ୍କୁ ଗୁଳି ମାଡ଼ ଘଟଣା: ଜ୍ଵାଇଁ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ତଲେଇପଥର ଜଙ୍ଗଲରେ ରବିବାର ବାରହା ଭାବି ଶ୍ୱଶୁରଙ୍କୁ ଗୁଳି କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଜ୍ଵାଇଁ ସୁବଳ ନାୟକକୁ ଗିରଫ କରିଛି। ଶ୍ଵଶୁରଙ୍କ ଚିକିତ୍ସା କରିଥିବା ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଗତି ମହାପାତ୍ରଙ୍କ ଅଭିଯୋଗ କ୍ରମେ ଠାକୁରଗଡ଼ ଥାନା ପୋଲିସ ୧୬୨/୨୪ ରେ ଏକ ମାମଲା ରୁଜୁ କରି ସୁବଳଙ୍କୁ ଗିରଫ କରି ଆଠମଲ୍ଲିକ କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ ଯେ ଧ୍ରୁବ ଓ ସୁବଳ ମିଶି ତଲେଇପଥର ଜଙ୍ଗଲକୁ ଶନିବାର ରାତିରେ ବାରହା ଶିକାର କରିବା ପାଇଁ ଯାଇଥିଲେ। କିନ୍ତୁ ସୁବଳଙ୍କ ଗୁଳି ମାଡ଼ରେ ଧ୍ରୁବ ଗୁରୁତର ହୋଇଥିଲେ।

Share

Leave a Reply