ସାଥୀ ପରିବାର ପକ୍ଷରୁ ସହାୟତା: ଦୃଷ୍ଟିହୀନଙ୍କ ପରିବାରକୁ ଦେଲେ ମାସକର ରାସନ

You are currently viewing ସାଥୀ ପରିବାର ପକ୍ଷରୁ ସହାୟତା: ଦୃଷ୍ଟିହୀନଙ୍କ ପରିବାରକୁ ଦେଲେ ମାସକର ରାସନ

ଅନୁଗୁଳ: ସାମାଜିକ ଅନୁଷ୍ଠାନ ‘ସାଥୀ ପରିବାର’ ପକ୍ଷରୁ ଏକ ଗରିବ ପରିବାରକୁ ମାସକର ଅତ୍ୟାବଶ୍ୟକୀୟ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି। ସ୍ଥାନୀୟ ପରଙ୍ଗ ଗାଁର ଅତି ଗରିବ ଦୃଷ୍ଟିହୀନ ବଳରାମ ନାୟକଙ୍କ ପରିବାରକୁ ଏହି ସହାୟତା ପ୍ରଦାନ କରାଯାଇଛି।

ସୂଚନା ମୁତାବକ, ଏହି ପରିବାରରେ କେହି ରୋଜଗାରକ୍ଷମ ବ୍ୟକ୍ତି ନଥିବାରୁ ବଳରାମ, ପତ୍ନୀ ନୁରୀ ଓ ଦୁଇ ନାବାଳକ ନାତି ଅତି ଦୁଃଖ କଷ୍ଟରେ ଚଳୁଛନ୍ତି। ବୋହୂର ମୃତ୍ଯୁ ପରେ ଏକମାତ୍ର ପୁଅ ଘରକୁ ଠିକ ଭାବେ ଯିବା ଆସିବା କରୁ ନାହିଁ କି ପଇସା ପତ୍ର ବି ଦେଉନାହିଁ। ଏଣୁ ଦୁଇ ନାତିଙ୍କୁ କେମିତି ପାଠ ପଢ଼ାଇ ମଣିଷ କରିବେ, ସେଇ ଚିନ୍ତାରେ ଅଛନ୍ତି ବଳରାମ। ଏଥିପାଇଁ ସେ ସାଧାରଣ ଜନତାଙ୍କ ସହାୟତା ଲୋଡ଼ିଛନ୍ତି। ବଳରାମଙ୍କ ଏହି ସମସ୍ୟାକୁ ସାମାଜିକ ଅନୁଷ୍ଠାନ ‘ସାଥୀ ପରିବାର’ ପକ୍ଷରୁ ତାଙ୍କୁ ଏକ ମାସର ଅତ୍ୟାବଶ୍ୟକ ରାସନ ସାମଗ୍ରୀ ସହାୟତା କରାଯାଇଛି। ଏହି ସାହାଯ୍ୟ ପାଇଁ ଧନ୍ୟବାଦ ଦେଇଛନ୍ତି ବଳରାମ ଓ ତାଙ୍କ ପରିବାର।

Share

Leave a Reply