ଅନୁଗୁଳ: ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର ହେବେ ରାଜ୍ୟର ପରବର୍ତୀ ନୂଆ ମୁଖ୍ୟ ଶାସନ ସଚିବ। ତାଙ୍କ ନାଁରେ ଆଜି ବିଦ୍ଧିବଦ୍ଧ ମୋହର ଲାଗିଛି। ୩୧ ତାରିଖରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଅବସର ନେବେ। ତେଣୁ ତାଙ୍କ ସ୍ଥାନରେ ସୁରେଶ ମହାପାତ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ସେପଟେ ଅସିତ୍ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏଥି ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ଉପଦେଷ୍ଟା ଭାବେ ବି ଦାୟିତ୍ବ ତୁଲାଇବେ । ଆଞ୍ଚଳିକ ପରିଷଦ, ପର୍ଯ୍ୟଟନ,ଶିଳ୍ପ, କୃଷି ସମେତ କିଛି ବିଭାଗର ବି ମୁଖ୍ୟ ପରାମର୍ଶଦାତା ରହିବେ ଶ୍ରୀ ମହାପାତ୍ର। ଅନ୍ୟପଟେ ପ୍ରଦୀପ ଜେନାଙ୍କୁ ଉନ୍ନୟନ କମିଶନର ଦାୟିତ୍ୱ ମିଳିଛି ।
ସୁରେଶ ମହାପାତ୍ର ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ
- Post published:December 25, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal

Tags: Angul