ପାଣି ପାଇଁ ବ୍ଳକ ଅଫିସ୍ ଘେରାଉ

You are currently viewing ପାଣି ପାଇଁ ବ୍ଳକ ଅଫିସ୍ ଘେରାଉ

ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ମାମୁରିଆ ଗ୍ରାମରେ ଉତ୍କଟ ଜଳାଭାବ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ। ଏସୟୁସିଆଇ (କମ୍ୟୁନିଷ୍ଟ )ଛେଣ୍ଡିପଦା ବ୍ଲକ କମିଟି ନେତୃତ୍ବରେ ମାମୁରିଆ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଗ୍ରାମରୁ ଏକ ଶୋଭାଯାତ୍ରାରେ ଆସି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ। ଗରା, ମାଠିଆ ଧରି ବ୍ଲକ୍ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗ୍ରାମ୍ୟ କମିଟି ସଭାପତି ଗଗନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପ୍ରଶାସନକୁ ସମାଲୋଚନା କରାଯାଇଥିଲା। ପାନୀୟଜଳ ଯୋଗାଣ ନେଇ ବିଡ଼ିଓ ବିଶ୍ଵନାଥ ସାହୁଙ୍କ ପ୍ରତିଶ୍ରୁତି ପରେ ଗ୍ରାମବାସୀ ଘରକୁ ଫେରିଥିଲେ। ଏସୟୁସିଆଇ ନେତା ନବକିଶୋର ପ୍ରଧାନ, ରଣଜିତ୍ ପ୍ରଧାନ, ସୁକାନ୍ତି ପ୍ରଧାନ ପ୍ରମୁଖ ବିକ୍ଷୋଭରେ ସାମିଲ୍ ଥିଲେ।

 

Share

Leave a Reply