ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ମହିଳାଙ୍କୁ ସୁଷମା ସ୍ୱରାଜ ସମ୍ମାନ ପ୍ରଦାନ କରାଯାଇଛି। ପୂର୍ବ ବୈଦେଶିକ ବ୍ୟାପାର କେନ୍ଦ୍ରମନ୍ତ୍ରୀ ପଦ୍ମ ବିଭୂଷଣ ସ୍ବର୍ଗତ ସୁଷମା ସ୍ୱରାଜ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଏକ ସଫଳ ଓ ଆଦରଣୀୟ ବ୍ୟକ୍ତିତ୍ୱ ଭାବେ ଆଜି ମହିଳାଙ୍କ ଆଦର୍ଶ ପାଲଟିଛନ୍ତି। ତାଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ନିଷ୍ପତ୍ତି କ୍ରମେ ଜିଲ୍ଲାସ୍ତରରେ ଏଭଳି କାର୍ଯ୍ୟକ୍ରମ କରାଯିବାକୁ ସ୍ଥିରୀକୃତ ହୋଇଛି।
ଏହି କ୍ରମରେ ମଙ୍ଗଳବାର ବିଜେପି ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦେଇ ମହିଳାମାନେ ସୁଷମା ସ୍ୱରାଜ ଭଳି ହେବା ପାଇଁ ଆହ୍ୱାନ ଦେଇଥିଲେ। ଅନୁଗୁଳ ପୌର ଉପାଧ୍ୟାକ୍ଷା ଅନୁପମା ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ସଂଘମିତ୍ରା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସୁଷମା ସ୍ୱରାଜଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଭାରୀ ଦିଲ୍ଲୀପ ପ୍ରଧାନ ଯୋଗଦେଇ ଅନୁଗୁଳ ଜିଲ୍ଲାର ୧୨ ଜଣ ମହିଳା ଅଧ୍ୟାପିକା ସ୍ନେହମୟୀ ସାହୁ, ସମାଜସେବୀ ଚିନ୍ମୟୀ, କବି ଅନିତା ପାଣି, ଆଇନଜୀବୀ ଓ ସମାଜସେବୀ ମମତା ପ୍ରଧାନ, ଆଶା କର୍ମୀ ପ୍ରତିମା ଗଡ଼ନାୟକ, ସୁଷମା ରଥ, ଫ୍ୟାଶନ ଡିଜାଇନର ପ୍ରୀତି ଧେନୁକା, କ୍ଲାସିକାଲ ଡ୍ୟାନ୍ସର ସ୍ୱପ୍ନା ସିହ୍ନା, ସ୍ୱଚ୍ଛ ସେବିକା ନୟନା ନାଏକ, ବ୍ୟବସାୟୀ ପୁଷ୍ପା ଦାସ,ବପରିବେଶବିତ ସ୍ୱପ୍ନାଶ୍ରୀ ଷଡ଼ଙ୍ଗୀ ଓ ମୁକ୍ତିଶ୍ରୀ ଦାସଙ୍କୁ ସୁଷମା ସ୍ୱରାଜ ସମ୍ମାନରେ ସମ୍ମାନିତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରୋଜାଲିନ ଦାସ, ଜିଲ୍ଲା ଉପ ସଭାନେତ୍ରୀ ସରିତା ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦିକା ଶୋଭାଗିନୀ ପ୍ରଧାନ, ସାଧାରଣ ସମ୍ପାଦିକା ଶୁଚିସ୍ମିତା ତ୍ରିପାଠୀ, ମହିଳା ମୋର୍ଚ୍ଚାର ପଙ୍କଜିନୀ ପଣ୍ଡା, ସଂଯୁକ୍ତା ମହାରଣା, ମୃଣାଳିନୀ ପଟ୍ଟନାୟକ, ବିଜୟ ଲକ୍ଷ୍ମୀ ଗଡ଼ନାୟକ, ଜ୍ୟୋସ୍ନା ଦଳେଇ, ସୁଜାତା ଦାସ, ମାଧବୀ ମହାପାତ୍ର, ସ୍ନେହଲତା ମହାପାତ୍ର, ସୁଜାତା ସାହୁ, ତିଳୋତ୍ତମା ସାମନ୍ତ, ଜସ୍ମିନ ପ୍ରଧାନ, ମିଲି ପ୍ରଧାନ, କଳ୍ପନା ଦଳ ବେହେରା, ରାନୁପ୍ରିୟା ନାୟକ ଓ ନାସରିନ ବେଗମଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।