ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଅଏଡା ପଞ୍ଚାୟତ ତିତିଗାଁ ଗାଁରେ ମଙ୍ଗଳବାର ଜଣେ ନାବାଳିକା ପୋଖରୀରେ ବୁଡ଼ି ପ୍ରାଣ ହରାଇଛି।
ଗାଁର ବିପ୍ଳବ ଭୁକ୍ତାଙ୍କ ଝିଅ ତୃତୀୟ ଶ୍ରେଣୀର ଛାତ୍ରୀ ପ୍ରଜ୍ଞାଶ୍ରୀ ଭୁକ୍ତା (୮) ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ସେ ସ୍ଥାନୀୟ ବିଦ୍ୟାଳୟରୁ ପରୀକ୍ଷା ଦେଇସାରି ଘରକୁ ଫେରିବା ପରେ ଖୁଡ଼ି ସହ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ହଠାତ୍ ତାଙ୍କ ଗୋଡ଼ ଖସିଯିବାରୁ ସେ ଗଭୀର ପାଣିକୁ ଚାଲି ଯାଇଥିଲା। ଏହା ଦେଖି ଖୁଡ଼ି ପାଟି କରି ପଡ଼ୋଶୀଙ୍କୁ ଡାକିଥିଲେ। କିଛି ଯୁବକ ଆସି ତାକୁ ପାଣିରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ପ୍ରଜ୍ଞାଶ୍ରୀକୁ ମୃତ ଘୋଷଣା କରିଥିଲେ।
ଖବର ପାଇ ଆଠମଲ୍ଲିକ ଆଇ ଆଇ ସି ନିରୋଦ କୁମାର ଦାସ ଡାକ୍ତରଖାନାକୁ ପୋଲିସ ପଠାଇଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାଯାଇଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି।











