ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

You are currently viewing ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଲିଙ୍ଗରାଜ ରୋଡ଼ ସାଇ ମନ୍ଦିର ନିକଟ ଏକ ନୂତନ ବାସଗୃହ ଭିତରୁ ମଙ୍ଗବାର ସକାଳେ ଯୁବ କୋଇଲା ବ୍ୟବସାୟୀ ଜୁମନ ସାହୁ (୩୨)ଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ଜୁମନଙ୍କର ନିଜ ଘର ତାଳଚେର ବ୍ଲକ କଣ୍ଢାଳ ପଞ୍ଚାୟତ ଅନ୍ତର୍ଗତ ଲାଙ୍ଗିଯୋଡ଼ା ଗ୍ରାମରେ ଏବଂ ସେ ସ୍ଥାନୀୟ ଅଞ୍ଚଳରେ ଜଣେ ପ୍ରତିଷ୍ଠିତ କୋଇଲା ବ୍ୟବସାୟୀ ଭାବେ ଜଣାଶୁଣା । ସେ ଲିଙ୍ଗରାଜ ରୋଡ଼ ସାଇ ମନ୍ଦିର ନିକଟରେ ନିଜର ଏକ ନୂତନ ବାସଗୃହ ନିର୍ମାଣ କରୁଥିଲେ । ତେବେ ମଙ୍ଗଳବାର ସକାଳେ ଏହି ବାସଗୃହ ଭିତରେ ତାଙ୍କର ମୃତଦେହ ସନ୍ଦେହଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା । ସୂଚନା ପାଇ ତାଳଚେର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବାସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Share

Leave a Reply