ତାଳଚେର ଥର୍ମାଲରେ ସ୍ୱଚ୍ଛତା ପକ୍ଷ ପାଳିତ, ନିଜ ଅଞ୍ଚଳକୁ ପରିଷ୍କାର କରିବା ସହ କଲେ ବୃକ୍ଷରୋପଣ

You are currently viewing ତାଳଚେର ଥର୍ମାଲରେ ସ୍ୱଚ୍ଛତା ପକ୍ଷ ପାଳିତ, ନିଜ ଅଞ୍ଚଳକୁ ପରିଷ୍କାର କରିବା ସହ କଲେ ବୃକ୍ଷରୋପଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଏନଟିପିସି ଥର୍ମାଲରେ ସ୍ୱଚ୍ଛତା ପକ୍ଷ ସୁରୁଖୁରୁରେ ଶେଷ ହୋଇଛି। ସେପ୍ଟେମ୍ବର ୧୪ ରୁ ଅକ୍ଟୋବର ୨ ଯାଏଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ଭାରତ ଅଭିଯାନ କରାଯାଇଥିଲା।

ଦୁଇ ସପ୍ତାହ ଧରି ଚାଲିଥିବା ଏହି ଅଭିଯାନରେ ତାଳଚେର ଥର୍ମାଲ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଲକ୍ଷ୍ୟ ଥିଲା ସ୍ୱଚ୍ଛତା ସମ୍ବନ୍ଧୀୟ ସଚେତନ ବୃଦ୍ଧି କରିବା, କେବଳ କାରଖାନା ପରିସରରେ ନୁହେଁ, ନିକଟବର୍ତ୍ତୀ ଅଞ୍ଚଳକୁ ମଧ୍ୟ ପରିଷ୍କାର ପରିଚ୍ଛନ୍ନ କରିବା। ସରକାରୀ ବିଦ୍ୟାଳୟରେ ସ୍ୱଚ୍ଛତାର ଗୁରୁତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ପ୍ରେରିତ କରିବାକୁ ପ୍ରତିଯୋଗିତା ଏବଂ ନିକଟସ୍ଥ ବଜାର ଅଞ୍ଚଳରେ ନାଟକ ପ୍ରଦର୍ଶିତ କରାଯାଇଥିଲା। ଏଥିସହ ସଫେଇ ମିତ୍ର ସୁରକ୍ଷା ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ଗତକାଲି ସ୍ୱଚ୍ଛତା ପଖୱାଡ଼ାର ଶେଷ ଦିନରେ ବୃକ୍ଷରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଥର୍ମାଲ କର୍ମଚାରୀଙ୍କ ସହ ସାଧାରଣ ଜନତା ଉପସ୍ଥିତ ଥିଲେ।

Share

Leave a Reply