ବାୟାଣୀ ପୀଠରେ ଯୁବ ଗୋଷ୍ଠୀଙ୍କ ସଫେଇ ଓ ୧୦୦୧ ଦୀପ ପ୍ରଜ୍ୱଳନ

You are currently viewing ବାୟାଣୀ ପୀଠରେ ଯୁବ ଗୋଷ୍ଠୀଙ୍କ ସଫେଇ ଓ ୧୦୦୧ ଦୀପ ପ୍ରଜ୍ୱଳନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ପାତ୍ରପଡ଼ା ଗ୍ରାମରେ ଥିବା ମା’ ବାୟାଣୀଙ୍କ ପୀଠରେ ଶତାଧିକ ଯୁବକ ଓ ଯୁବତୀ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଆଗାମୀ ନୂଆବର୍ଷରେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି ଉଦ୍ୟମ କରାଯାଇଛି, ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତ ଓ ପର୍ଯ୍ୟଟକମାନେ ମା’ଙ୍କ ଦର୍ଶନ ଏବଂ ଭୋଜି ପାଇଁ ଆସିଥାନ୍ତି।

​ଯୁବ ଗୋଷ୍ଠୀ ମା’ଙ୍କ ପୀଠ ସ୍ଥଳକୁ ସମ୍ପୂର୍ଣ୍ଣ ସଫେଇ କରିବା ସହ ପର୍ଯ୍ୟଟକମାନେ ଯେପରି ସମସ୍ତ ସୁବିଧା ପାଇପାରିବେ ସେ ନେଇ ଉଦ୍ୟମ କରିଛନ୍ତି। ସେମାନେ ପୀଠକୁ ପଲିଥିନ୍‌ ନିମୁକ୍ତ କରିବା ଏବଂ ଭକ୍ତମାନଙ୍କ ସୁବିଧାଜନକ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାସହ ପୀଠକୁ ସାଜସଜ୍ଜା କରାଯାଇ ବିଭିନ୍ନ ପ୍ରକାରର ଫୁଲ ଚାରା ଲଗାଯାଇଛି।

​ଏହି ଅବସରରେ ଦୀପାବଳି ଉପଲକ୍ଷେ କ୍ଳବର ଯୁବକ ଯୁବତୀମାନେ ବିଶ୍ୱର ମଙ୍ଗଳ କାମନା କରି ମା’ଙ୍କ ନିକଟରେ ୧୦୦୧ଟି ଦୀପ ପ୍ରଜ୍ୱଳନ କରିଥିଲେ।

​ଏହି ସମସ୍ତ କାର୍ଯ୍ୟକ୍ରମରେ ପାତ୍ରପଡ଼ା ଗ୍ରାମ ସଭାପତି ଚକ୍ରଧର ପ୍ରଧାନ, ବାପୁଜୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ଯକ୍ଷ ଲୋକନାଥ ସାହୁ, ଘନଶ୍ୟାମ ସାହୁ, ରାଜେଶ ସାହୁ, ଲୁଲୁ ସାହୁ, ରାହୁଲ ସାହୁ, ସିପୁନ ବେହେରା, ରାକେଶ, ଜଗନ, ଓମ୍, ରଞ୍ଜିତ, ମୁନ୍, ଲିଜା, ଆଶା, ଆରତୀ, ବର୍ଷା, ମୀନତୀ, ପିଙ୍କି, ନିଶି ପ୍ରମୁଖଙ୍କ ସମେତ ଶତାଧିକ ଯୁବକ ଯୁବତୀ ସାମିଲ ହୋଇଥିଲେ।

Share

Leave a Reply