ଗାନ୍ଧୀ ଜୟନ୍ତୀରେ ସଫେଇ କଲେ ଅନୁଗୁଳ ଜିଲ୍ଲା ପୂର୍ବ ସୈନିକ ସଂଘର କର୍ମକର୍ତ୍ତା, ଦେଲେ ସ୍ୱଚ୍ଛତାର ବାର୍ତ୍ତା

You are currently viewing ଗାନ୍ଧୀ ଜୟନ୍ତୀରେ ସଫେଇ କଲେ ଅନୁଗୁଳ ଜିଲ୍ଲା ପୂର୍ବ ସୈନିକ ସଂଘର କର୍ମକର୍ତ୍ତା, ଦେଲେ ସ୍ୱଚ୍ଛତାର ବାର୍ତ୍ତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୂର୍ବ ସୈନିକ ସଂଘ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ଏ ଅବସରରେ ସଂଘ ସଭାପତି ଅନିଲ କୁମାର ମହାନ୍ତିଙ୍କ ନେତୃତ୍ଵରେ ସମସ୍ତ ସଦସ୍ୟ ବାସନ୍ତୀ ଦୁର୍ଗା ମଣ୍ଡପ ପରିସରକୁ ପରିଷ୍କାର କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ। ଆଗାମୀ ଦିନରେ ଏପରି ଉନ୍ନତ ଚିନ୍ତାଧାରାର କାର୍ଯ୍ୟ ଜାରି ରହିବ ବୋଲି ସମ୍ପାଦକ ନାରାୟଣ ସାହୁ କହିଥିଲେ। ସେହିପରି ଏଡିଭିର ଉପସଭାପତି ରଞ୍ଜିତ ଜେନା ସମାଜର ବିକାଶରେ ଆମର ସର୍ବଦା ସହଯୋଗ ରହିବ ମତ ରଖିଥିଲେ।

କାର୍ଯ୍ୟକ୍ରମରେ ମା’ ବାସନ୍ତୀ ଦୁର୍ଗାପୂଜା କମିଟି ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ,ପ୍ରଦୀପ ଦେବତା, ଅବସରପ୍ରାପ୍ତ କ୍ୟାପଟେନ ଶୁଭେନ୍ଦ୍ର ନାରାୟଣ ମହାନ୍ତି, ପୂର୍ବ ସୈନିକ କିଶୋର ଚନ୍ଦ୍ର ସାହୁ, ସୁଶାନ୍ତ ପ୍ରଧାନ, ଜୟକୃଷ୍ଣ ନାଥ, ବିଜୟ ପତି, ଅଶୋକ କୁମାର ପ୍ରଧାନ ସହିତ ବହୁତ ବୟୋଜ୍ୟେଷ୍ଠ ପୂର୍ବ ସୈନିକ, ଜେଏନଭି ଅନୁଗୁଳ ଆଲୁମିନି ଆସୋସିଏସନ (JAAAN) ସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ।

Share

Leave a Reply