ଅନୁଗୁଳ : ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମରେ ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ ଓ ଭୋଟର ତାଲିକା ସଂଶୋଧନ -୨୦୨୨ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅଧ୍ୟକ୍ଷତା କରି ଏକ ତୃଟିଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ଓ ଯୁବ ତଥା ଭିନ୍ନକ୍ଷମ ଭୋଟର ମାନଙ୍କୁ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥି, ତାଳଚେର ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥି, ତାଳଚେର ଉପଜିଲ୍ଲାପାଳ ବିଶ୍ବ ରଞ୍ଜନ ରଥ, ଆଠମଲ୍ଲିକ ଉପଜିଲ୍ଲାପାଳ ଲଳିତ ମୋହନ ବେହେରା ଯୋଗ ଦେଇଥିଲେ। ଡେପୁଟି କଲେକ୍ଟର(ନିର୍ବାଚନ) ମନିଷା ଗୁପ୍ତା ବୈଠକର କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ବୈଠକରେ ବିଜେଡିର ପ୍ରିୟଦର୍ଶୀ ପଟ୍ଟନାୟକ, କଂଗ୍ରେସର ଆଲୋକ କୁମାର ଦାସ, ବହୁଜନ ସମାଜ ପାର୍ଟିର କୁମୁଦ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଅନୁଗୁଳ ଜିଲ୍ଲା ପ୍ରଶାସନ ତରଫରୁ ୧ ନଭେମ୍ବର ୨୦୨୧ରେ ଚିଠା ଭୋଟର ତାଲିକା ପ୍ରକାଶ କରାଗଲା। ୧ ନଭେମ୍ବର ଠାରୁ ସମଗ୍ର ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ସ୍ବତନ୍ତ୍ର ସଂକ୍ଷୀପ୍ତ ଫଟୋ ଭୋଟର ତାଲିକା ସଂଶୋଧନ-୨୦୨୨ କାର୍ଯ୍ୟକ୍ରମ ନିମନ୍ତେ ଭାରତର ନିର୍ବାଚନ ଆୟୋଗଙ୍କ ଦ୍ଵାରା ସମୟ ନିର୍ଘଣ୍ଟ ଅନୁସାରେ କାର୍ଯ୍ୟକରାଯିବାକୁ ସ୍ଥିର କରାଗଲା।
ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ ଭୋଟର ତାଲିକା ସଂଶୋଧନ
- Post published:November 2, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul