ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

You are currently viewing ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସକାଳ ବେଳା କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ,ସଫେଇ କର୍ମଚାରୀ ଙ୍କୁ ପୋଷାକ ବଣ୍ଟନ,ବିଭିନ୍ନ ବରପୁତ୍ରଙ୍କୁ ମାଲ୍ୟାର୍ପଣ,ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହାପରେ ବିଭିନ୍ନ ଭେଣ୍ଡିଂ ଯୋନ ଓ ଅନ୍ୟାନ୍ୟ ପ୍ରକଳ୍ପ ଉଦଘାଟନ କରାଯାଇଥିଲା ସନ୍ଧ୍ୟାରେ ସଭଘର ଠାରେ ଏକ ସଭାର ଆୟୋଜନ କରାଯାଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଧାନ ସଭା ଉପବାଚସ୍ପତି ରଜନୀକାନ୍ତ ସିଂହ,ସମ୍ମାନିତ ଅତିଥି ଭାବେ ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ର,ରାଜ୍ୟ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ କୁନ ବିହାରୀ ଦାସ ପ୍ରମୁଖ ଯୋଗ ଦେଇଥିଲେ।ନଗରପାଳ ଅକ୍ଷୟ କୁମାର ସାମନ୍ତ ସ୍ବାଗତ ଭାଷଣ ଦେବା ସହ ପୌର ପାଳିକାରେ ହୋଇଥିବା ବିଭିନ୍ନ ଉନ୍ନତିକରଣ କାର୍ଯ୍ୟର ଆଲୋଚନା କରିଥିଲେ ।ନିର୍ବାହୀ ଅଧିକାରୀ ମଧୁସ୍ମିତା ବିଶି ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୌରପାଳିକା ଉପାଧ୍ୟକ୍ଷା ଅନୁପମା ସାହୁ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଶ୍ରୀ ସିଂହ ଅନୁଗୁଳକୁ ଏକ ନମ୍ୱର ପୌରପାଳିକା କରିବା ଦିଗରେ ଜନ ସହଯୋଗ ଉପରେ ଗୁରୁତ୍ବ ଦେଇଥିଲେ। ଏସପି ଶ୍ରୀ ମିଶ୍ର ସହରରେ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଏହାପରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ଓ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରିଥିଲେ। ଶେଷରେ ବିଭିନ୍ନ ସ୍କୁଲ ଓ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ଏହି ସଭାରେ ଅନେକ କାଉନସିଲର ବିଶେଷକରି ପୂର୍ବତନ ନିର୍ବାହୀ ଅଧିକାରୀଙ୍କ ଅନୁଗତ ଅନେକ ଅନୁପସ୍ଥିତ ରହିଥିଲେ।

Share

Leave a Reply