କଲିକତା ବସ୍‌ରେ ଅନୁଗୁଳ ଆସୁଛି ସିନ୍ଥେଟିକ୍‌ ପନିର, ଆଣୁଛି କିଏ?

You are currently viewing କଲିକତା ବସ୍‌ରେ ଅନୁଗୁଳ ଆସୁଛି ସିନ୍ଥେଟିକ୍‌ ପନିର, ଆଣୁଛି କିଏ?

ଅନୁଗୁଳ: ନିକଟରେ ଚାଉଳିଆଗଞ୍ଜ ପୁଲିସ୍‌ କଲିକତା ବସ୍‌ରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସିନ୍ଥେଟିକ୍‌ ପନିର‌୍‌ ଜବତ କରିବା ପରେ ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପନିର ନାଁରେ ବିଷ ବେପାର କରୁଥିବା ବେପାରୀମାନେ କିଭଳି ଲୋକଙ୍କ ଜୀବନ ସହ ଖେଳୁଛନ୍ତି ତାହା ଜଣାପଡ଼ିଛି। କଲିକତାରୁ ସିନ୍ଥେଟିକ୍‌ ପନିର‌୍‌ ଚାଲାଣ ନୂଆ କଥା ନୁହେଁ। ବହୁ ବର୍ଷ ଧରି କଲିକତା ବସ୍‌ରେ ଏହା ଅନୁଗୁଳକୁ ମଧ୍ଯଆସୁଛି। ଅନୁଗୁଳ ବସ୍‌ଷ୍ଟାଣ୍ତରେ ଓହ୍ଲାଇବା ପରେ କିଏ ଏହାକୁ ନେଉଛି ଏଥିନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସ˚ପର୍କରେ ପୂର୍ବତନ ଖାଦ୍ୟ ନିରାପତ୍ତା ଅଧିକାରିଣୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ତାଙ୍କର ନିରବତା ସନ୍ଦେହ ଘେରକୁ ଟାଣିଆଣିଛି। ଚର୍ଚ୍ଚା ହେଉଛି ଅନୁଗୁଳର ଦୁଇ ଜଣ ବେପାରୀ ନୂଆବର୍ଷ, ଦୀପାବଳି, ଦଶହରା, ହୋଲି, ବାହାଘର ସମୟରେ ଏହି ସିନ୍ଥେଟିକ୍‌ ପନିର ମାର୍କେଟ୍‌କୁ ଛାଡ଼ିଥାନ୍ତି। ବଜାରରେ ଭଲ ପନିର କିଲୋ ୩୨୦ରୁ ୩୫୦ ଟଙ୍କା ପଡୁଥିବା ବେଳେ କଲିକତା ଦଲାଲମାାନେ ସିନ୍ଥେଟିକ୍‌ ପନିରକୁ ୧୫୦ରୁ ୧୭୦ରେ ଅନୁଗୁଳ ବେପାରୀଙ୍କୁ ବିକୁଥିବା କୁହାଯାଉଛି। ଭୋଜିଭାତରେ ଭିଡ଼ ଭିତରେ ଏକଥା ଅଜଣା ରହିଯାଏ ସବୁଦିନ ପାଇଁ। ସ୍ବାସ୍ଥ୍ୟ ବିଭାଗ ଏହାର ବିଧିବଦ୍ଧ ଯାଞ୍ଚ କରିବା ଦରକାର ବୋଲି ସାଧାରଣରେ ଦାବି ହେଉଛି।

Share

Leave a Reply