ମଦ ଭାଟି ଉଚ୍ଛେଦ ଦାବିରେ ଆଜି ପୁଣି ଜିଲ୍ଲାପାଳଙ୍କୁ ଭେଟିଲେ ଟାକରସିଂହା ବାସୀ

You are currently viewing ମଦ ଭାଟି ଉଚ୍ଛେଦ ଦାବିରେ ଆଜି ପୁଣି ଜିଲ୍ଲାପାଳଙ୍କୁ ଭେଟିଲେ ଟାକରସିଂହା ବାସୀ

ଅନୁଗୁଳ: ମଦ ଭାଟି ଉଚ୍ଛେଦ ନେଇ ପୁଣିଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ଟାକରସିଂହା ଗ୍ରାମବାସୀ। ସ୍ଥାନୀୟ ପୁରୁଣାକୋଟ ଥାନା ଜଗନ୍ନାଥପୁର ପଞ୍ଚାୟତର ଟାକରସିଂହା ଗ୍ରାମବାସୀ ଗତ ୧୧ ତାରିଖରେ ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଥିଲେ। କିନ୍ତୁ କୌଣସି ସମାଧାନ ବାଟ ବାହାରିପାରିନଥିବାରୁ ଆଜି ପୁଣି ତାତିଛନ୍ତି ଲୋକେ।

ସୂଚନା ଅନୁଯାୟୀ, ଗାଁରେ ମଦ ଭାଟି ହେଉଥିବାରୁ ଏହାକୁ ବନ୍ଦ କରିବା ପାଇଁ ଲୋକେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଗାଁ ଲୋକଙ୍କ କହିବାନୁଯାୟୀ, ମଦ ଭାଟି ଦେଇ ପିଲାମାନେ ସ୍କୁଲକୁ ଯାଉଛନ୍ତି। ସେହି ବାଟ ଦେଇ ଗାଁର ମହିଳାମାନେ ମଧ୍ୟ ଯିବା ଆସିବା କରୁଛନ୍ତି। ମଦ ଭାଟି ହେଲେ ଗାଁର ଯୁବକମାନେ ମଦ୍ୟପାନ କରି ଅପ୍ରୀତିକର ପରିବେଶ ସୃଷ୍ଟି କରିବେ। ଏଣୁ ମଦ ଭାଟି ଉଚ୍ଛେଦ କରିବା ପାଇଁ ଆଜି ପୁଣିଥରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି।

Share

Leave a Reply