ଅନୁଗୁଳ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ ନ କରିବା ପାଇଁ ବିଜେପି ସରକାରର ନିଷ୍ପତ୍ତିକୁ ତାଳଚେର ବିଜୁ ଜନତା ଦଳ ବିରୋଧ କରିଛି।
ଏହି ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ଯକ୍ରମରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ କହିଥିଲେ, ବିଜେପିଶାସିତ ରାଜ୍ୟ ସରକାର ତାଙ୍କର ସଂକୀର୍ଣ୍ଣ ମନୋଭାବ ପୋଷଣ କରିବା ସହିତ ଓଡ଼ିଆ ଜାତିର ଗର୍ବ ଓ ଗୌରବ ବିଜୁ ବାବୁଙ୍କୁ ଅସମ୍ମାନ କରିବାକୁ ମଧ୍ୟ ଆଗଭର ହୋଇଛନ୍ତି। ଆଗାମୀ ଦିନରେ ବିଜୁ ପ୍ରେମୀ ଓଡ଼ିଶାବାସୀ ଏହି ଅପମାନର ଉଚିତ ଜବାବ ଦେବେ ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ତାଳଚେର ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା, ସମସ୍ତ ଜୋନର ଜିଲ୍ଲା ପରିଷଦ, ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ, ତାଳଚେର ପୌର ପରିଷଦର କାଉନସିଲର, ବିଜୁ ଜନତା ଦଳର ସମସ୍ତ ପଦାଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।