ତାଳଚେର : ତାଳଚେରରେ ଆଜିଠୁ ଆରମ୍ଭ ହୋଇଛି ପୁସ୍ତକ ମେଳା। ୨୦ ତମ ତାଳଚେର ପୁସ୍ତକ ମେଳାରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ପ୍ରଧାନ, ପୁସ୍ତକ ମେଳାର ସଭାପତି ତଥା ଉପଜିଲ୍ଲାପାଳ ବିଶ୍ଵମୋହନ ରଥ, ସାଧାରଣ ସମ୍ପାଦକ ଦେବୀ ମିଶ୍ର ପ୍ରମୁଖ ଯୋଗ ଦେଇ ଏହି ସାରସ୍ବତ ସମାରୋହକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଜାନୁଆରୀ ୩୦ ପର୍ଯ୍ୟନ୍ତ ମେଳା ଚାଲିବ। ମେଳାରେ ଜିଲ୍ଲା ତଥା ରାଜ୍ୟର ଅନ୍ୟ ସ୍ଥାନରୁ ବହୁ ପ୍ରତିଷ୍ଠିତ ବହି ବିକ୍ରେତା ଷ୍ଟଲ୍ ଖୋଲିଛନ୍ତି l କରୋନା ଯୋଗୁଁ ଦୁଇ ବର୍ଷ ବ୍ୟବଧାନ ପରେ ପୁସ୍ତକ ମେଳା ଅନୁଷ୍ଠିତ ହେଉ ଥିବାରୁ ପୁସ୍ତକ ପ୍ରେମୀ ଖୁସି ବ୍ୟକ୍ତ କରିଛନ୍ତି।
ତାଳଚେରରେ ୨୦ ତମ ପୁସ୍ତକ ମେଳା ଉଦଘାଟିତ, ୩୦ ଯାଏଁ ଚାଲିବ
- Post published:January 23, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
