ସରକାରୀ ମେଡିକାଲ୍ କଲେଜକୁ ସରକାରୀ ପରିଚାଳନା ଦାବି, ମେ ୧୩ ରେ ତାଳଚେର ବନ୍ଦ

0

ତାଳଚେର: ସପ୍ତାହେ ଭିତରେ ତାଳଚେର ମେଡିକାଲ୍ କଲେଜକୁ ସରକାରୀସ୍ତରୀୟ କାର୍ଯ୍ୟକ୍ଷମ କରାନଗଲେ ଆସନ୍ତା ମେ ୧୩ ରେ ସମ୍ପୂର୍ଣ୍ଣ ବନ୍ଦ ହେବ ତାଳଚେର। ଏଥିସହ ଆଗାମୀ ଜୁନ୍ ୧ ରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଆଜି ଚେତାବନୀ ଦେଇଛନ୍ତି ତାଳଚେରବାସୀ। ତାଳଚେର ବାସୀଙ୍କ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଗଣ ସମାବେଶରେ ଏ ନେଇ ଘୋଷଣା କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି।

କୋଇଲା ଖଣି ତରଫରୁ ହଜାର କୋଟି ଟଙ୍କା ବ୍ୟୟରେ ଦୀର୍ଘ ୪ ବର୍ଷ ହେଲାଣି ତାଳଚେର ମେଡିକାଲ୍ କଲେଜ ନିର୍ମାଣ ଶେଷ ପାଇଁ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏ ଯାଏ ଏହାକୁ କାର୍ଯ୍ୟକ୍ଷମ କରିନାହାନ୍ତି। ଏଣୁ ତାଳଚେରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମେଡିକାଲ୍ କଲେଜକୁ ସରକାର ପରିଚାଳନା କରିବା ଦାବିରେ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ତାଳଚେରବାସୀ ଗଣଧାରଣା ଦେଇଥିଲେ।
କ୍ରିୟାନୁଷ୍ଠାନ କମିଟିର ଆବାହକ ପଦ୍ମ ଚରଣ ସାମଲଙ୍କ ସଭାପତିତ୍ୱରେ ପୂର୍ବତନ ସାଂସଦ ରବିନାରାୟଣ ପାଣି, ପୂର୍ବତନ ବିଧାୟକ ବିଭୁଧେନ୍ଦ୍ର ପ୍ରତାପ ଦାସ, ଜାତୀୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଇଂ ସସ୍ମିତା ବେହେରା, ଓଡ଼ିଶା କୋଲିୟରୀଜ୍ ମଜଦୁର ସଂଘର ସମ୍ପାଦକ ସୌଭାଗ୍ୟ ପ୍ରଧାନ, ତାଳଚେର ଓକିଲ ସଂଘର ସଭାପତି ସନ୍ତୋଷ ସାହୁ, ପ୍ରେସ୍ କ୍ଲବର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ବସ୍ ମାଲିକ ସଂଘର ସଭାପତି ଶ୍ରୀକାନ୍ତ ପାଣି, ପୂର୍ବତନ ନଗରପାଳ କେଶବ ଭୂତିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡ଼ନାୟକ, କ୍ଷୀରୋଦ ସାହୁ, ଭୂପେନ୍ ଥମ୍ବ, ଶୋଭାଗିନୀ ଦାସ, ଡ. ରଶ୍ମିରଂଜନ ମିଶ୍ର, ଦେବୀ ମିଶ୍ର, ହାଡିବନ୍ଧୁ ବିଶ୍ୱାଳ, ବିଭୂତି ସାହୁ, ଉଚ୍ଛନ ପଟ୍ଟନାୟକ, ଜ୍ଞାନ ରଂଜନ ପାଣି, ମାନସ ବାଇ, ବଜରଙ୍ଗ ଅଗ୍ରୱାଲା, ହେମନ୍ତ ପ୍ରଧାନ, ଦାଶରଥି ସାହୁ, ଦେବାଶିଷ ପରିଡ଼ା, ବାଉରୀବନ୍ଧୁ ବେଜ, ମାନସ ଆଚାର୍ଯ୍ୟ, ମନୋଜ ପ୍ରଧାନ, ଧନେଶ୍ୱର ସାହୁ, ମାନସୀ ସ୍ୱାଇଁ, ଜ୍ୟୋତ୍ସ୍ନା ସ୍ୱାଇଁ, ନୀଲମ୍ ଲାଲ୍‌, ଜେମାମଣୀ ନାଏକ, ପ୍ରହ୍ଲାଦ ଚନ୍ଦ୍ର ସାହୁ, ବିନୋଦ ଲାଲ୍‌, ରଞ୍ଜିତ ମହାପାତ୍ର, ପ୍ରେମାନନ୍ଦ ମହାନ୍ତି, ଅଭୟ କୁମାର ପାଣି, ଭଗବାନ ପ୍ରଧାନ, ସରୋଜ ଧର, ଚୈତନ୍ୟ ପ୍ରଧାନ, ରଙ୍ଗାଧର ନାହାକ, ପ୍ରକାଶ ମହାରଣା, ଜିତେନ୍ଦ୍ର ଦାସ, ସନ୍ତୋଷ ବେହେରା, ସ୍ୱାଧୀନ ଥମ୍ବ, ବାପି ମହାନ୍ତି, ଅର୍ଜୁନ ଭୂତିଆ ପ୍ରମୁଖ ଯୋଗ ଦେଇ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତାଳଚେରରୁ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ପାଉଥିବାରୁ ସହରକୁ ଅବହେଳା ନ କରିବାକୁ ଲୋକେ ସରକାରଙ୍କୁ ଦାବି କରିଥିଲେ।

Leave A Reply

Your email address will not be published.

error: Content is protected !!