ଦୁଷ୍କର୍ମକାରୀକୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ତାଳଚେର କୋର୍ଟ

You are currently viewing ଦୁଷ୍କର୍ମକାରୀକୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ତାଳଚେର କୋର୍ଟ

ତାଳଚେର/ଅନୁଗୁଳ: ଏକ ଦୁଷ୍କର୍ମ ମାମଲାର ଶୁଣାଣି କରିବା ଅବସରରେ ମଙ୍ଗଳବାର ତାଳଚେର ଅତିରିକ୍ତ ଜିଲ୍ଲା ଦୌରାଜଜ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଓ ଜରିମାନା ଦଣ୍ଡାଦେଶ କରିଛନ୍ତି।

ସୂଚନାନୁଯାୟୀ, ୨୦୧୫ ମସିହାରେ ଜଗନ୍ନାଥପୁର ଗାଁର ଅଭିଯୁକ୍ତ ବଳରାମ ଆସି ପୀଡ଼ିତାଙ୍କୁ ତାଙ୍କ ସ୍ବାମୀ ଅସୁସ୍ଥ ଥିବା ମିଛରେ କହିଥିଲେ। ତା’ ପରେ ସେ ମହିଳାଙ୍କୁ କାଳୀ ମନ୍ଦିର ଛକ ପାଖରେ ଥିବା ବୁଦାମୂଳରେ ଜୋର ଜବରଦସ୍ତ ବଳାତ୍କାର କରିଥିଲେ। ଏଥିସହ ପ୍ରମାଣ ନଷ୍ଟ କରିବାକୁ ତାଙ୍କ ମୁହଁକୁ ଏକ ପଥରରେ ଛେଚିବା ସହ ପ୍ଲାଷ୍ଟିକ ଦଉଡ଼ିରେ ବେକକୁ ବାନ୍ଧି ନାଳ ପାଖରେ ଫିଙ୍ଗିଦେଇ ପଳାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରିଥିଲେ।

ଏହି ମାମଲାର ଶୁଣାଣି କରି କୋର୍ଟ ଦୋଷୀ ବଳରାମକୁ ୧୦ ବର୍ଷ ଏବଂ ୧୦ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି କେସକୁ ସରକାରୀ ଓକିଲ ନିର୍ମଳ କୁମାର ତ୍ରିପାଠୀ, ଜ୍ୟୋତି ପ୍ରକାଶ ମହାପାତ୍ର (କ୍ୟାଡର) ଏବଂ ନରେଶ ଚନ୍ଦ୍ର ନାଏକ ପରିଚାଳନା କରୁଥିଲେ।

Share

Leave a Reply