ଆସନ୍ତାକାଲିଠୁ ସ୍ୱାଭାବିକ ଭାବେ ଚାଲିବ ତାଳଚେର କୋର୍ଟ, ବନ୍ଦ ପ୍ରତ୍ୟାହାର କଲା ଓକିଲ ସଂଘ

You are currently viewing ଆସନ୍ତାକାଲିଠୁ ସ୍ୱାଭାବିକ ଭାବେ ଚାଲିବ ତାଳଚେର କୋର୍ଟ, ବନ୍ଦ ପ୍ରତ୍ୟାହାର କଲା ଓକିଲ ସଂଘ

ତାଳଚେର: ଆସନ୍ତାକାଲିଠାରୁ ସ୍ୱାଭାବିକ ଭାବେ କୋର୍ଟ କାର୍ଯ୍ୟ ଚାଲିବ। ଏନେଇ ଆଜି ତାଳଚେର ଓକିଲ ସଂଘର ସଭାପତି ସନ୍ତୋଷ ସାହୁଙ୍କ ଅଧ୍ୟକ୍ଷତାରେ ମଧୁବାବୁ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକରେ ସଂଘର ସମସ୍ତ ସଦସ୍ୟମାନେ ଅନୁଗୁଳ ଜିଲ୍ଲା ଜଜ୍ ରଖିଥିବା ସର୍ତ୍ତ ଓ ଅନୁରୋଧକୁ ସମ୍ମାନ ଜଣାଇ ତଥା ତାଳଚେରବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟରେ ଯୋଗଦେବେ ବୋଲି ଜଣାଯାଇଛି। ତାଳଚେର କୋର୍ଟର ସମସ୍ତ ଆଇନଜୀବୀ ଆସନ୍ତାକାଲି ସେମାନଙ୍କ କୋର୍ଟ କାର୍ଯ୍ୟ ପୂର୍ବ ଭଳି କରିବେ। ଆଜିର ସଭାରେ ସଂଘର ସାଧାରଣ ସଂପାଦକ ଦିନବନ୍ଧୁ ସାହୁ, କୋଷାଧ୍ୟକ୍ଷ କରୁଣାକର ନାୟକ, ସାଂସ୍କୃତିକ ସଂପାଦକ ରାଜେନ୍ଦ୍ର ସିଂଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply