ସିଂହାସନରେ ବିରାଜମାନ ହେଲେ ଅଗ୍ରପୂଜ୍ୟ ଗଜାନନ

You are currently viewing ସିଂହାସନରେ ବିରାଜମାନ ହେଲେ ଅଗ୍ରପୂଜ୍ୟ ଗଜାନନ

ତାଳଚେର: ଆଜି ଭାଦ୍ରବମାସ ଶୁକ୍ଳପକ୍ଷ ଚର୍ତୁଦଶୀ ତିଥିରେ ଅଗ୍ରପୂଜ୍ୟ ଗଜାନନ ସିଂହାସନରେ ବିରାଜମାନ ହୋଇଛନ୍ତି । ପ୍ରଭୂ ଶ୍ରୀ ଗଣେଶଙ୍କ ପୂଜା ନିମନ୍ତେ ତାଳଚେରର ବିଭିନ୍ନ ପୂଜାମଣ୍ଡପ ଗୁଡ଼ିକରେ କାର୍ଯ୍ୟକର୍ତ ମାନଙ୍କର ତତ୍ପରତା ଦେଖିବାକୁ ମିଳିଥିଲା ।  ବ୍ରାହ୍ମଣୀନଦୀ କୂଳରେ ସକାଳୁ ବ୍ରାହ୍ମଣଙ୍କ ଦ୍ୱାରା ପୂଜାପାଠ ଓ ହୋମଯଜ୍ଞ କରାଯାଇ ସମସ୍ତ ପୂଜାମଣ୍ଡପର କାର୍ଯ୍ୟକର୍ତା ମାନେ କଳସୀରେ ଜଳ ସଂଗ୍ରହ କରି ଝାଞ୍ଜ, ଘଂଟ, ବାଦ୍ୟ ଓ ମୃଦଙ୍ଗ ବଜାଇ ନିଜ ନିଜ ପୂଜାମଣ୍ଡପକୁ ଆଣିଥିଲେ ଓ ସେଠାରେ କଳସ ସ୍ଥାପନ କରି ରୀତିନୀତି ଅନୁସାରେ ପୂଜାପାଠ ଓ ହୋମଯଜ୍ଞ କରାଯାଇ ଗଣେଶଙ୍କ ମୂର୍ତିରେ ବ୍ରାହ୍ଣଣମାନେ ଜୀବଦାନ ଦେଇଥିଲେ ।

ତେବେ ତାଳଚେରରେ ଆଜି ଏହି ଗଣପର୍ବରେ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ, ସ୍କୁଲ, କଲେଜ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ପୌରପରିଷଦର ୨୧ ଗୋଟି ୱାର୍ଡ଼ ଗୁଡ଼ିକରେ ସାହି ଗଳିକନ୍ଦିରେ ମଧ୍ୟ ଗଜାନନ ପୂଜା ପାଉଥିବା ଦେଖିବାକୁ ମିଳିଛି ।

ତାଳଚେର ଏହି ପ୍ରସିଦ୍ଧ ଗଣେଶ ପୂଜା ଆଜି ଠାରୁ ୧୧ଦିନ ପର୍ଯ୍ୟନ୍ତ ଚାଲିବ। ସେପ୍ଟେମ୍ବର ୭ ତାରିଖରେ ମେଲଣ ହୋଇ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବା। ଏଥି ସହିତ ଏହି ଗଣପର୍ବ କିପରି ଶାନ୍ତି ଶୃଙ୍ଖଳାରେ ପାଳିତ ହେବା ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Share

Leave a Reply