ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ତାଳଚେର କଳା ସାହିତ୍ୟ ପରିଷଦ ସମ୍ମାନିତ

You are currently viewing ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ତାଳଚେର କଳା ସାହିତ୍ୟ ପରିଷଦ ସମ୍ମାନିତ

 

ଅନୁଗୁଳ: ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନୁଗୁଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ତାଳଚେର କଳା ସାହିତ୍ୟ ଓ ସଂସ୍କୃତି ପରିଷଦକୁ ସମ୍ମାନିତ କରାଯାଇଛି। ରାଜ୍ୟର ଅନ୍ୟତମ ପୁରାତନ ଓ ପ୍ରତିଷ୍ଠିତ କ୍ଲବ୍ ତାଳଚେର କିଶୋର କ୍ଲବ୍ ତରଫରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଅନୁଷ୍ଠାନ ତରଫରୁ ସାଧାରଣ ସମ୍ପାଦକ ଦୀପକ କୁମାର ପ୍ରଧାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ସମ୍ମାନିତ ଅତିଥି ଭାବେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଶୋର କ୍ଲବର କାର୍ଯ୍ୟକାରୀ ସଭାପତି ପେସ୍କାର ଗଡନାୟକ୍, ସାଧାରଣ ସମ୍ପାଦକ ଦୀପକ ଥମ୍ବ, ଉପସଭାପତି ପ୍ରଶାନ୍ତ ଦାସ, ଅନ୍ୟତମ ଉପ ସଭାପତି ଦୟା ସାଗର ମିଶ୍ର ଉପସ୍ଥିତ ଥିଲେ।

Share

Leave a Reply