ଅନୁଗୁଳ: ତାଳଚେର ମେଡ଼ିକାଲ କଲେଜ ବା ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ, ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ କଟକଣା ପରେ ଖୋଲିବ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ଏଥିନେଇ ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ସରିଛି। ୧୦୦ ପିଲାଙ୍କ ପାଇଁ ଏମବିବିଏସ ଡିଗ୍ରୀ ଏବଂ ୫୦୦ ରୋଗୀଙ୍କ ପାଇଁ ହସ୍ପିଟାଲର ସୁବିଧା ଏଠି ମିଳିପାରିବ।ସରକାର ଏହି କଲେଜ ପାଇଁ ୨୦ ଏକର ଜମି ଯୋଗାଇ ଦେଇଛନ୍ତି। ୨୦୧୬ରୁ ଆରମ୍ଭ ହୋଇ କଲେଜର ସମସ୍ତ ଭିତ୍ତିଭୂମି ୨୦୨୧ ସୁଦ୍ଧା ତିଆରି ସରିଛି । ଏମସିଏଲ ତାର ସିଏସଆର୍ ଫଣ୍ଡରୁ ଆବଶ୍ୟକ କୋଠାବାଡ଼ି ନିର୍ମାଣ କରିଛି । ତେବେ ଚର୍ଚ୍ଚା ହେଉଚି କି ଟେଣ୍ଡର ପ୍ରକ୍ରିୟାରେ ହାଇଟେକ୍ ଭଳି ଘରୋଇ ସଂସ୍ଥା ଆଗରେ ଅଛି। ତେବେ ଜିଲ୍ଲାବାସୀ ବୁଦ୍ଧିଜିବୀଙ୍କ ଦାବି ରହିବ କି ଯେତେବେଳେ ଏମସିଏଲ କି ରାଜ୍ୟ ସରକାର କେହି କଲେଜକୁ ନିଜେ ଚଳାଉ ନାହାନ୍ତି ଏବଂ ତୃତୀୟ ପକ୍ଷର ସହାୟତା ନିଆଯାଉଛି ଏମଓୟୁ କଲାବେଳେ ଯଦି ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ ବେଳେ ସେମାନଙ୍କ ସୁରକ୍ଷା ବା ସ୍ବାର୍ଥ ରକ୍ଷା କଥା ବିଚାରକୁ ନିଆ ନଯିବ ତେବେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖାଦେବ। ଯାହା ହେଉ ନା କାହିଁକି ମେଡ଼ିକାଲ କଲେଜ ଖୋଲିବାକୁ ଜିଲ୍ଲା ବାସୀ ନିଶ୍ଚିତ ସ୍ବାଗତ କରିବେ ।
ଖୁବ୍ ଶୀଘ୍ର ଖୋଲିବ ତାଳଚେର ମେଡ଼ିକାଲ କଲେଜ
- Post published:January 24, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
