ତାଳଚେର ମେଡିକାଲ କଲେଜ ଖୋଲିବା ଚୂଡାନ୍ତ ପର୍ଯ୍ୟାୟରେ

You are currently viewing ତାଳଚେର ମେଡିକାଲ କଲେଜ ଖୋଲିବା ଚୂଡାନ୍ତ ପର୍ଯ୍ୟାୟରେ

ଅନୁଗୁଳ: ବହୁତ ଦିନର ପ୍ରତୀକ୍ଷା ପରେ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ, ତାଳଚେର ଏବଂ କନ୍ଧମାଳ ମେଡିକାଲ କଲେଜ ଖୋଲିବା ନେଇ ପ୍ରକ୍ରିୟା ଦ୍ରୁତ ଗତିରେ ଚାଲୁଛି। ଗତ ଗୁରୁବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ଅଶ୍ୱଥି ଏସ ଆଭାସୀ ମୋଡ଼ରେ ଏହି ଦୁଇ କଲେଜର ପ୍ରତିଷ୍ଠା ନେଇ ଆଲୋଚନା କରିଥିଲେ। ଏହି ଆଲୋଚନା ଅନୁସାରେ ତାଳଚେର ମେଡିକାଲ କଲେଜର ପ୍ରଶିକ୍ଷଣ କୋଠା, ସମସ୍ତ ଆସବାବପତ୍ର ପ୍ରସ୍ତୁତ ହୋଇ ରହିଛି। ଗତ ୧୭ ଜାନୁଆରୀରେ ସରକାର ୪୦ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନିଯୁକ୍ତି ଚୂଡାନ୍ତ କରିଛନ୍ତି।

କଲେଜ ପାଇଁ ଡିନ ଏବଂ ସୁପରିଣ୍ଟେଣ୍ଡେଣ୍ଟ ନିଯୁକ୍ତି ମଧ୍ୟ ସରିଛି। ଅଧିକାଂଶ ଡାକ୍ତର କାର୍ଯ୍ୟରେ ଯୋଗ ମଧ୍ୟ ଦେଲେଣି। ଏବେ ଜାତୀୟ ମଡିକାଲ କମିଶନର ଅନୁମତି ପାଇଁ ଆବଶ୍ୟକ ଦସ୍ତାବିଜ ଏବଂ ଯାହା ଆବଶ୍ୟକ ତାହା ଯୋଗାଡ଼ କରାଯାଉଛି। ଖୁବ ଶୀଘ୍ର ୨୦୨୫-୨୬ ମସିହା ପାଇଁ ୧୦୦ ସିଟରେ ଏମବିବିଏସ ପିଲା ନାମ ଲେଖାଇବାର ସୁଯୋଗ ପାଇବେ ଏବଂ ଅନୁଗୁଳ ବାସୀଙ୍କ ବହୁତ ଦିନର ସ୍ବପ୍ନ ପୂରଣ ହେବ।

Share

Leave a Reply