ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌରପାଳିକା ପକ୍ଷରୁ ସୋମବାର ସହରର ବିଭିନ୍ନ ସ୍ଥାନରେ ଟ୍ରେଡ୍ ଲାଇସେନ୍ସ ଓ ପଲିଥିନ୍ ବ୍ୟବହାର ନେଇ ଚଢ଼ଉ କରାଯାଇଥିଲା । ଖିଲାପକାରୀଙ୍କୁ ତାଗିଦ୍ କରିବା ସହ ୨୧ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାଯାଇଛି। ହାଟତୋଟା ମାର୍କେଟ୍, ଶର୍ମାଛକ ସମେତ ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ଉପସ୍ଥିତିରେ ଚଢ଼ଉ କରାଯାଇଥିଲା। ପୌର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଶାହା, ମୁଖ୍ୟ ସହାୟକ ଚିତ୍ତରଞ୍ଜନ ପ୍ରଧାନ ଓ ତାଳଚେର ଥାନା ଆଇଆଇସି ଦିଗ୍ବିଜୟ ବିଶ୍ବାଳଙ୍କ ସମେତ କର୍ମଚାରୀମାନେ ଚଢ଼ଉରେ ସାମିଲ ଥିଲେ। ଚଢ଼ଉ ସୂଚନା ପାଇ ବ୍ୟବସାୟୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା ବେଳେ କିଛି ଦୋକାନ ବନ୍ଦ କରି ପଳାଇ ଯାଇଥିଲେ। ଏହି ଚଢ଼ଉ ଆଗକୁ ଜାରି ରହିବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।
ତାଳଚେର ପୌରପାଳିକା ପକ୍ଷରୁ ଚଢ଼ଉ, ୨୧ ହଜାର ଜରିମାନା
- Post published:June 3, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
