ତାଳଚେରରେ ଏନ୍‌କାଉଣ୍ଟର, କୁଖ୍ୟାତ ସୁଶାନ୍ତ ଗୁରୁତର

You are currently viewing ତାଳଚେରରେ ଏନ୍‌କାଉଣ୍ଟର, କୁଖ୍ୟାତ ସୁଶାନ୍ତ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଏନ୍‌କାଉଣ୍ଟର। କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଗୁରୁତର। ସ୍କଟ୍ ଲ୍ୟାଣ୍ଡପୁର ଜଙ୍ଗଲରେ ଆଜି ଏନକାଉଣ୍ଟର ହୋଇଛି। ସୁଶାନ୍ତର ବାମ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ସୁଶାନ୍ତକୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

ସୂଚନା ଅନୁସାରେ, ଆଜି ତାଳଚେର ଏବଂ ଅନୁଗୁଳ ସ୍ପେଶାଲ ସ୍କ୍ବାର୍ଡ ମିଳିତ ଚଢ଼ାଉ କରିଥିଲେ। ପୋଲିସକୁ ଦେଖି କୁଖ୍ୟାତ ଅପରାଧୀ ସୁଶାନ୍ତ ପ୍ରଥମେ ୩ ରାଉଣ୍ଡ ଗୁଳି କରିଥିଲା। ପୋଲିସକୁ ଦେଖି ସେ ଘଟଣାସ୍ଥଳରୁ ଚମ୍ପଟ୍ ମାରିବା ଉଦ୍ୟମ କରିଥିଲା। ସ୍କଟଲ୍ୟାଣ୍ଡପୁର ସଂରକ୍ଷିତ ଜଙ୍ଗଲ ଭିତକୁ ଦୌଡ଼ି ପଳାଉଥିବା ବେଳେ ସୁଶାନ୍ତକୁ ଏନ୍‌କାଉଣ୍ଟର କରାଯାଇଥିଲା। ବାମ ଗୋଡ଼ରେ ଗୁଳି ବାଜିବା ପରେ ସେ ପଡ଼ିଯାଇଥିଲା। ଗୁରୁତର ଅବସ୍ଥାରେ ତାକୁ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରକାଶ ଯେ ସୁଶାନ୍ତ ନାଁରେ ତାଳଚେର ସମେତ ଅନ୍ୟ ଥାନାରେ ବିଭିନ୍ନ ଅପରାଧିକ ମାମଲା ରହିଛି। ଏହି ଏନ୍‌କାଉଣ୍ଟରରେ ସୁଶାନ୍ତ ସହ ଅନ୍ୟ ଜଣଙ୍କୁ ଗିରଫ କରିଛି ପୋଲିସ।

Share

Leave a Reply