ତାଳଚେରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ସ୍ବଚ୍ଛତା, ପାନୀୟ ଜଳ ଓ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ

You are currently viewing ତାଳଚେରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ସ୍ବଚ୍ଛତା, ପାନୀୟ ଜଳ ଓ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ

ଅନୁଗୁଳ: ତାଳଚେର ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହେଇଯାଇଛି। ଉପଜିଲ୍ଲାପାଳ ତଥା ରଥଯାତ୍ରା କମିଟି ସଭାପତି ସମୀର କୁମାର ଜେନା ଶୃଙ୍ଖଳିତ ରଥଯାତ୍ରା ଉପରେ ଗୁରୁତ୍ୱ ଦେଇଥିଲେ। ଭକ୍ତଙ୍କ ସୁବିଧା ପାଇଁ ପାନୀୟ ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ସ୍ୱାସ୍ଥ୍ୟ ସେବା ଓ ଆଶୁ ଚିକିତ୍ସା ଯୋଗାଇଦେବା ପାଇଁ ଉପଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏହାସହ କାର୍ଯ୍ୟସୂଚୀ ଅନୁଯାୟୀ ଯଥା ସମୟରେ କିପରି ସମସ୍ତ ରୀତିନୀତି କରାଯିବ ସେ ଉପରେ ଆଲୋଚନା କରିଥିଲେ।

ବୈଠକରେ ତାଳଚେର ଥାନା ଅଧିକାରୀ ଦିଗବିଜୟ ବିଶ୍ୱାଳ, ପୌର ପରିଷଦ ଚିତ୍ତରଞ୍ଜନ ପ୍ରଧାନ, ନିର୍ବାହୀ ତଥା ରଥଯାତ୍ରା କମିଟି ଆବାହକ ପ୍ରଦୀପ କୁମାର ସାହା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବ୍ରଜକିଶୋର ପ୍ରଧାନ, ନଗରପାଳ ପବିତ୍ର ଭୂତିଆ, ପୂର୍ବତନ ସାଂସଦ ମହେଶ ସାହୁ, ଢେଙ୍କାନାଳ ସଂସଦଙ୍କ ପ୍ରତିନିଧି ସ୍ୱାଧୀନ କୁମାର ଥମ୍ବ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply