ତାଳଚେର ଟ୍ରକ ମାଲିକ ସଂଘର ଶପଥ ଗ୍ରହଣ ଉତ୍ସବ, ଶପଥ ନେଲେ ୮ କର୍ମକର୍ତ୍ତା

You are currently viewing ତାଳଚେର ଟ୍ରକ ମାଲିକ ସଂଘର ଶପଥ ଗ୍ରହଣ ଉତ୍ସବ, ଶପଥ ନେଲେ ୮ କର୍ମକର୍ତ୍ତା

ତାଳଚେର: ତାଳଚେର ଟ୍ରକ ମାଲିକ ସଂଘର ଶପଥ ଗ୍ରହଣ ଉତ୍ସବ ଆଜି ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଗତ ମେ’ ୨୦ ତାରିଖରେ ଟ୍ରକ ମାଲିକ ସଂଘର ନିର୍ବାଚନ ହୋଇ ୨୧ ତାରିଖରେ ଫଳାଫଳ ଘୋଷଣା କରାଯାଇଥିଲା। ସେହିଦିନଠାରୁ ଟ୍ରକ ମାଲିକ ସଂଘର ନୂତନ ସଭାପତି ଅରବିନ୍ଦ ଭୂତିଆଙ୍କ ନେତୃତ୍ୱରେ ବିଭିନ୍ନ ସମସ୍ୟାର ସମାଧାନ କରାଯାଉଛି।

ତେବେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ନବ ନିର୍ବାଚିତ ସଂଘର କର୍ମକର୍ତ୍ତା ଶପଥ ନେଇଥିଲେ। ସଂଘର ଦୁଇ ନିର୍ବାଚନ ଅଧିକାରୀ ଆଡଭୋକେଟ ଯଦୁମଣି ସାହୁ ଓ ହରେକୃଷ୍ଣ ପାତ୍ର ଏହି ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ। ପରେ ଅନୁଷ୍ଠିତ ସାଧାରଣ ବୈଠକରେ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ଶପଥ ପାଠ ଉତ୍ସବରେ କାର୍ଯ୍ୟକାରୀ ସଭାପତି ଟୁକୁନା ସ୍ୱାଇଁ, ସାଧାରଣ ସମ୍ପାଦକ ରତନ ଶତପଥୀ, ଉପସଭାପତି ମନୋଜ ରାୟ, ବଜରଙ୍ଗ ଅଗ୍ରୱାଲ, ବୀରେନ୍ଦ୍ର ଖଣ୍ଡୁଆଳ, କୋଷାଧ୍ୟକ୍ଷ ନଗେଶ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ଆଠ ଜଣ ଶପଥ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମା’ ହିଙ୍ଗୁଳା ପରିବହନକାରୀ ସଂସ୍ଥାର ସଭାପତି ନୟନ ସାହୁ, ପ୍ରବୀର ପ୍ରଧାନ, ଟ୍ରକ ମାଲିକ ପ୍ରଶ୍ନ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସମେତ ସମସ୍ତ ଟ୍ରକ ମାଲିକ ଓ ସଦସ୍ୟ ଯୋଗଦେଇଥିଲେ।

Share

Leave a Reply