ପୌରପାଳିକାରେ ଯୋଗ ଦେଲେ ଟାମଡ଼ା କର୍ମଚାରୀ

You are currently viewing ପୌରପାଳିକାରେ ଯୋଗ ଦେଲେ ଟାମଡ଼ା କର୍ମଚାରୀ

ଅନୁଗୁଳ: ପ୍ରାୟ ୩୯ ବର୍ଷ ଧରି ଅନୁଗୁଳର ବିକାଶରେ କାର୍ଯ୍ୟ ଜାରି ରଖିଥିବା ଟାମଡ଼ାର ବିଭଜନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହି କ୍ରମରେ ଟାମଡ଼ାର ବରିଷ୍ଠ ଡ୍ରାଫ୍ଟସମ୍ୟାନ ରମେଶ ଚନ୍ଦ୍ର ସାହୁ ଏବଂ ପ୍ଲାନିଂ ଆସିଷ୍ଟାଣ୍ଟ ନିଳିମା ମହାପାତ୍ର ରାଜ୍ୟ ସରକାରଙ୍କ ନିର୍ଦେଶ ତଥା ଜିଲ୍ଲା ପ୍ରସାଶନର ଚିଠି ସଂଖ୍ୟା ୬୧୫ ତା ୭.୫.୨୨ ଅନୁଯାୟୀ ଅନୁଗୁଳ ପୌରପାଳିକାରେ ଯୋଗଦାନ କରିଛନ୍ତି। ନୂତନ କାର୍ଯ୍ୟାଳୟର ଭିତ୍ତିଭୂମି ପ୍ରସ୍ତୁତ ନଥିବାରୁ ବର୍ତମାନ ପାଇଁ ସୋମବାର ଦିନ ଅନୁଗୁଳ ପୌରପାଳିକାରେ , ଶୁକ୍ରବାର ତାଳଚେର ପୌରପାଳିକାରେ ଏବଂ ଅନ୍ୟ ଦିନ ଗୁଡିକରେ ଟାମଡ଼ା କାର୍ଯ୍ୟାଳୟରେ ଟାଉନ ପ୍ଲାନିଂ କାର୍ଯ୍ୟ କରାଯିବ। ତେବେ ବର୍ତମାନ ଟାମଡ଼ା ଅଧିନରେ ଥିବା ଛ ଟି ବ୍ଲକର ୫୯୬ ଟି ଗ୍ରାମର ପ୍ଲାନିଂ କାର୍ଯ୍ୟ ପୂର୍ବ ପରି ଟାମଡ଼ା ଦ୍ୱାରା ସମ୍ପାଦିତ ହେବ। ଏଠାରେ ସୂଚନା ଯୋଗ୍ୟ ଯେ ୧୯୮୩ ମସିହାରେ ତାମରିତ ଗଠନ କରାଯାଇ ୧୯୯୫ରେ ଏହା ଟାମଡ଼ାରେ ରୂପାନ୍ତରିତ ହୋଇ ନିର୍ଦିଷ୍ଟ ଅଞ୍ଚଳରେ ବସ ବାସ କରୁଥିବା ଲୋକଙ୍କ ଘର ପ୍ଲାନିଂ ସହ ସପିଙ୍ଗ ମଲ ଗୁଡିକର ବିଲ୍ଡିଂଗ ଆକ୍ଟ ଅନୁଯାଇ ଅନୁମୋଦନ କାର୍ଯ୍ୟ କରିଆସୁଛି।

Share

Leave a Reply