ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁପାଳ ଥାନା ଅନ୍ତର୍ଗତ ନଳଚନ୍ଦ୍ରପୁର ଗାଁର ହେମନ୍ତ ବିଶୋଇଙ୍କୁ ଟାଙ୍ଗିଆରେ ହାଣି ଗୁରୁତରଭାବେ ଆହତ କରାଯାଇଛି। ସୂଚନା ଅନଯାୟୀ, ସୋମବାର ସକାଳେ ହେମନ୍ତ ତାଙ୍କ ବିଲକୁ ହଳ କରିବାକୁ ଯାଉଥିଲେ। ଗାଁର ଏକ ନିଛାଟିଆ ସ୍ଥାନରେ ସେହି ଗାଁର ସୁରେଶ ଚନ୍ଦ୍ର ମାଝି ହଠତ୍ ଏକ ଟାଙ୍ଗିଆରେ ହେମନ୍ତଙ୍କୁ ଚୋଟ ମାରିଲେ। ଫଳରେ ହେମନ୍ତଙ୍କ ହାତରେ ଟାଙ୍ଗିଆ ଚୋଟ ବାଜିଲା। ହେମନ୍ତଙ୍କ ପାଟି ଶୁଣି ତାଙ୍କ ପୁଅ ଓ ସ୍ତ୍ରୀ ସେଠାରେ ପହଞ୍ଚିବାରୁ ସୁରେଶ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ। ଗୁରୁତର ଅବସ୍ଥାରେ ହେମନ୍ତଙ୍କୁ ବଅଁରପାଳ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ହେମନ୍ତଙ୍କ ପୁଅ ହିମାଂଶୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ସୁରେଶଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।
ଟାଙ୍ଗିଆ ଚୋଟରେ ଜଣେ ଗୁରୁତର, ୧ ଗିରଫ
- Post published:June 13, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
