ବ୍ୟାଙ୍କ ଠକେଇ, ଜଣେ ଗିରଫ

0

ଅନୁଗୁଳ: ବ୍ୟାଙ୍କକୁ ଠକି ଋଣ ନେବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବୀରେନ୍ଦ୍ର କୁମାର ସାହୁ। ତାଙ୍କ ଘର ବଅଁରପାଳ ବ୍ଳକ୍ ଗୋତମରା ଗ୍ରାମରେ । ପୁଲିସ୍ ସୂଚନା ମୁତାବକ, ଅଭିଯୁକ୍ତ ବୀରେନ୍ଦ୍ର ୨୦୧୨ ମସିହାରେ ଅନୁଗୁଳ କର୍ପୋରେସନ୍‌ ବ୍ୟାଙ୍କରେ ଜମି ବନ୍ଧକ ରଖି କିଛି ଟଙ୍କା ଋଣ ନେଇଥିଲେ । ମାତ୍ର ରଣ ସୁଝିବାର ନାଁ ଧରୁନଥିଲେ। ଋଣ ନସୁଝିବାରୁ ବ୍ୟାଙ୍କ ବନ୍ଧକ ଥିବା ଜମିକୁ ନିଲାମ କରି ଟଙ୍କା ଅସୁଲି କରିବାକୁ ଚେଷ୍ଟା କରିଥିଲା । ମାତ୍ର ନିଲାମ ପାଇଁ ଗଲା ବେଳକୁ ଉକ୍ତ ଜମି ଅନ୍ୟ ଜଣଙ୍କଠାରେ ୧୫ ଲକ୍ଷ ଟଙ୍କାରେ ବିକ୍ରି ହୋଇ ସାରିଥିଲା । ଏହା ଜାଣିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ୨୦୧୭ରେ ଏନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍‌ ଏ ସଂକ୍ରାନ୍ତରେ କେସ୍ ନଂ ୬୩୩/୧୭ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।

Leave A Reply

Your email address will not be published.

error: Content is protected !!