ଅନୁଗୋଳ ତାଇକୋଣ୍ଡୋ ଆସୋସିଏସନ୍ ପକ୍ଷରୁ ଗୁରୁ ଦିବସ ପାଳିତ, ଗୁରୁଙ୍କ କଥା ମାନିବାକୁ ପରାମର୍ଶ

You are currently viewing ଅନୁଗୋଳ ତାଇକୋଣ୍ଡୋ ଆସୋସିଏସନ୍ ପକ୍ଷରୁ ଗୁରୁ ଦିବସ ପାଳିତ, ଗୁରୁଙ୍କ କଥା ମାନିବାକୁ ପରାମର୍ଶ

ଅନୁଗୋଳ: ଅନୁଗୋଳ ବାସନ୍ତୀ ପାଠାଗାର ଠାରେ ଅନୁଗୋଳ ତାଇକୋଣ୍ଡୋ ଆସୋସିଏସନ୍ ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଛି। ସଂଘର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦେବତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡା. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ସେ ସମାଜରେ ଗୁରୁଙ୍କ ଭୂମିକା ଏବଂ ରାଧାକ୍ରିଷ୍ଣନ୍‌ଙ୍କ ଦାର୍ଶନିକ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ସଂଘର ପ୍ରତିଷ୍ଠାତା ତଥା କୋଚ୍ ଦୁଷ୍ମନ୍ତ କୁମାର ନାଥ ଉପସ୍ଥିତ ଖେଳାଳିମାନଙ୍କୁ ଗୁରୁଙ୍କ ପରାମର୍ଶ ମାନି କ୍ରୀଡ଼ାରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ଖେଳାଳି ଓ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ।

Share

Leave a Reply