ବିଶ୍ୱକର୍ମା ପୂଜାରେ ବଡ଼ ଅଘଟଣ: ଟେଣ୍ଟ ଭୁଶୁଡ଼ି ୫ ଆହତ

You are currently viewing ବିଶ୍ୱକର୍ମା ପୂଜାରେ ବଡ଼ ଅଘଟଣ: ଟେଣ୍ଟ ଭୁଶୁଡ଼ି ୫ ଆହତ

ଅନୁଗୁଳ: ବିଶ୍ୱକର୍ମା ପୂଜାରେ ବଡ଼ ଅଘଟଣ। ନାଲକୋରେ ଭୁଶୁଡ଼ି ପଡ଼ିଲା ଖଦି ଓ ଗ୍ରାମ ଉଦ୍ୟୋଗ ଷ୍ଟଲ ପାଇଁ ହେଉଥିବା ଟେଣ୍ଟ। ୮ ଜଣଙ୍କ ଉପରେ ଟେଣ୍ଟ ଗଳି ପଡ଼ିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ନାଲକୋ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତ ସିଂହ ଟେଣ୍ଟ ହାଉସର ଶ୍ରମିକ ବୋଲି ଜଣାପଡ଼ିଛି। ଆହତମାନେ ହେଲେ ବୀରେନ୍ଦ୍ର ବିଶ୍ୱାଳ (୩୨) , ମନୋଜ ସାହୁ (୪୫), ବିମ୍ବାଧର ସାମଲ (୫୫), ଅରକ୍ଷିତ ସାହୁ (୪୫), ମହରଗା ଭୂତିଆ (୪୦)।

ଖବର ପାଇ ସାମ୍ବାଦିକମାନେ ପହଞ୍ଚି ଥିବା ବେଳେ ତାଙ୍କୁ ନାଲକୋର ସୁରକ୍ଷା କର୍ମୀ ଅଟକାଇ ଥିଲେ। ଉପର ଅଧିକାରୀ ମାମଲାକୁ ଚପାଇ ଦେବାକୁ କହିଥିବା ସେମାନେ ସୂଚନା ଦେଇଛନ୍ତି।

Share

Leave a Reply