ଅନୁଗୁଳ: ବନ୍ତଳା ଥାନା ଇଲାକା ସାହାରାଗୋଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ରାତିରେ ସାରା ପରିବାର ଶୋଇଥିବା ବେଳେ ଘରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ଅଗ୍ନିକାଣ୍ଡରେ ଜୀବନ ବଞ୍ଚି ଯାଇଥିବା ବେଳେ ଘରେ ଥିବା ଟେଣ୍ଟ ହାଉସ୍ର ସମସ୍ତ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିବା ଅକ୍ଷୟ ବେହେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ, ଗୁରୁବାର ରାତିରେ ଅକ୍ଷୟଙ୍କ ପରିବାର ଲୋକ ଶୋଇଥିଲେ । ବିଳମ୍ବିତ ରାତିରେ ବାହାରେ ସାହି ଲୋକଙ୍କ ପାଟି ଶୁଣି ସେମାନେ ଜୀବନ ବଞ୍ଚାଇବାକୁ ଘର ବାହାରକୁ ଚାଲି ଆସିଥିଲେ । ଚାହୁଁ ଚାହୁଁ ତାଙ୍କ ଘର ଭସ୍ମୀଭୂତ ହୋଇଯାଇଥିଲା। ଘର ପାଖରେ ପେଟ୍ରୋଲ୍ ବୋତଲ ପଡ଼ିଥିବାରୁ କେହି ଦୁର୍ବୃତ୍ତ ଏହି ଅଗ୍ନିକାଣ୍ଡ ଘଟାଇଥିବା ଅକ୍ଷୟ ଥାନାରେ ଅଭିଯୋଗ କରିଛନ୍ତି। ଏତଲା କ୍ରମେ ପୁଲିସ୍ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି।
ଘର ଜାଳିଦେଲେ ଦୁର୍ବୃତ୍ତ, ଟେଣ୍ଟ୍ ହାଉସ୍ ସାମଗ୍ରୀ ପୋଡ଼ି ପାଉଁଶ
- Post published:May 16, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
